33.1 C
Bhubaneswar
Sunday, June 26, 2022
Homeଅପରାଧ୭ ମଇଁଷିଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କଲା ଯୁବକ

୭ ମଇଁଷିଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କଲା ଯୁବକ

ମୁମ୍ବାଇ : ଆଜିକାଲି ସମାଜରେ ହତ୍ୟା, ମାରପିଟ, ଲୁଟ୍‌, ଚୋରି, ରାହାଜାନୀ ଭଳି ଘଟଣା ଏତେ ମାତ୍ରାରେ ବଢ଼ି ଯାଇଛି ଯେ ଲୋକେ ଘରୁ ବାହାରିକୁ ଭୟ କରୁଛନ୍ତି । ଏବେ ମହାରାଷ୍ଟ୍ରର ଠାଣେରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ । ଏଠାରେ ୨୦ ବର୍ଷୀୟ ଜଣେ ଯୁବକ ମଣିଷ ଉପରେ ରାଗ ମଇଁଷି ଉପରେ ଶୁଝାଇଛନ୍ତି । ଯୁବକ ଜଣକ ପ୍ରତିଶୋଧ ପରାୟଣ ହୋଇ ଧାରୁଆ ଅସ୍ତ୍ରରେ ୭ ମଇଁଷିଙ୍କୁ ହତ୍ୟା କରିଛନ୍ତି । ଏତିକି ନୁହେଁ, ଆଉ ୫ ମଇଁଷିଙ୍କୁ ମଧ୍ୟ ଗମ୍ଭୀର ରୂପେ ଆହତ କରି ପକାଇଛନ୍ତି । ଅରହମ୍ ମୋମିନଙ୍କ ଡାଏରୀ ଫାର୍ମରେ ପାଖାପାଖି ୨୦ଟି ମଇଁଷିଙ୍କୁ ଜଞ୍ଜିରରେ ବାନ୍ଧି ଦିଆଯାଇଥିଲା ।

ସକାଳେ ଯେତେ ବେଳେ ଡାଏରୀ ଫାର୍ମର କର୍ମଚାରୀ ସେଠାରେ ପହଞ୍ଚିଥିଲେ, ତ ସାମ୍ନା ଦୃଶ୍ୟ ଦେଖି ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାହିଁକି ନା, ସେଠାରେ ୭ ମଇଁଷି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମରି ପଡ଼ିଥିବାର କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ସନ୍ଦେହ କରାଯାଉଥିଲା ଯେ କେହି ଜଣେ ଅଜଣା ବ୍ୟକ୍ତି ଡାଏରୀ ଫାର୍ମ ପାଚେରୀ ଡେଇଁ ଭିତରେ ପଶିଛନ୍ତି ଏବଂ ଏଭଳି କାଣ୍ଡ ଘଟାଇଛନ୍ତି । ତେବେ ଏ ନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା ଏବଂ ପୋଲିସ ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଥିଲା ।

ଅନ୍ୟ ପକ୍ଷରେ ଡାଏରୀ ଫାର୍ମର ମାଲିକ ଅରହମ୍ ମୋମିନଙ୍କ ସାଙ୍ଗ ଫାଜିଲ ହୁସୈନ କୁରୈସୀଙ୍କ ଉପରେ ସନ୍ଦେହ ଘନୀଭୂତ ହେବାରୁ ପୋଲିସ ତାଙ୍କୁ ପଚରାଉଚୁରା କରିଥିଲା । ପଚରାଉଚୁରା ସମୟରେ ସେ ଖୁଲାସା କରିଥିଲେ ଯେ ସେ ହିଁ ଏଭଳି କାଣ୍ଡ ଘଟାଇଛନ୍ତି । କୁରୈସୀ କହିଥିଲେ, ମୋମିନ ଗତ କିଛି ଦିନ ହେବ ତାଙ୍କ ବିଷୟରେ ନକାରାତ୍ମକ କଥା ସବୁ କହୁଥିଲେ । ଏହି କାରଣରୁ ସେ ତାଙ୍କ ଉପରେ ରାଗି ଯାଇଥିଲେ ଏବଂ ପ୍ରତିଶୋଧ ନେବା ପାଇଁ ତାଙ୍କର ୭ ମଇଁଷିଙ୍କୁ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking