40.1 C
Bhubaneswar
Thursday, April 25, 2024
Homeଅପରାଧପତ୍ନୀ ଓ ନାବାଳିକା ଶିଶୁଙ୍କ ହତ୍ୟା ପରେ ବାପା ଫେରାର୍‌

ପତ୍ନୀ ଓ ନାବାଳିକା ଶିଶୁଙ୍କ ହତ୍ୟା ପରେ ବାପା ଫେରାର୍‌

ପତ୍ନୀ ଓ ନାବାଳିକା ଶିଶୁଙ୍କ ହତ୍ୟା ପରେ ବାପା ଫେରାର୍ । ବୁଧବାର ଦିନ ଗୁଜରାଟ ର କଚ୍ଛ ଜିଲ୍ଲା ଜାଖାଣିଆ ଗ୍ରାମରେ ଏହି ଲୋମହର୍ଷଣ କାରୀ ଘଟଣା ଦେଖିବାକୁ ମିଳିଛି । ଜଖୁ ଶିବ୍‌ଜି(୩୫) ନାମକ ଜଣେ ବ୍ୟକ୍ତି ନିଜର ୩ ଝିଅ ଧୃପ୍ତି (୧୦),କିଞ୍ଜଲ୍‌,(୭) ଓ ଧର୍ମିଷ୍ଠା(୨) ଓ ପତ୍ନୀ ଭାବନା (୩୩-୩୪) କୁ ହତ୍ୟା ପରେ ବିଷ ପିଆଇ ଅଭିଯୁକ୍ତ ବାପା ଫେରାର୍ ହେଇଯାଇଛି । ଘଟଣାସ୍ଥଳରେ ପତ୍ନୀ ଭାବନାର ଚିତ୍କାର ଶୁଣି ପଡ଼ୋଶୀ ମାନେ ଆସି ପହଂଚିଥିଲେ ଓ ସାଙ୍ଗେ ସାଙ୍ଗେ ତାକୁ ସ୍ଥାନୀୟ ଦାକ୍ତରଖାନା କୁ ନେଇ ଯାଇଥିଲେ । ହେଲେ ମେଡିକାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ହିଁ ଭାବନା ର ମୃତ୍ୟୁ ଘଟିଥିଲା । ପେଡ଼ୋଶୀ ମାନେ ଘରକୁ ଫେରି ୩ ଝିଅଙ୍କ ମୃତ ଦେହ ଦେଖିଥିଲେ ଓ ପୋଲିସ୍ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ ଜାରି ରଖିଛି । ପୋଲିସ୍ କହିବା ଅନୁସାରେ ଶିବ୍‌ଜି ପ୍ରଥମେ ୩ ଝିଅ ଙ୍କୁ ହତ୍ୟା କରିଥିଲା । ବଡ଼ ଝିଅ କୁ କୌଣସି ଧାରୁଆ ଅସ୍ତ୍ର ରେ ଭୁଷି ହତ୍ୟା କରିବା ସହ ଅନ୍ୟ ଦୁଇ ଝିଅ ଙ୍କ ମୁଣ୍ଡ କୁ ଜୋର ରେ ଆଘାତ ପରେ ବିଷ ଖୁଆଇ ହତ୍ୟା କରଥିଲା । ପୋଲିସ୍ ଶିବ୍‌ଜି ନାମ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ କୁ ଖୋଜୁଛି ବୋଲି ମାଣ୍ଡଭି ଥାନା ପୋଲିସ୍ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking