27.8 C
Bhubaneswar
Thursday, April 18, 2024
Homeଅପରାଧସାମାନ୍ୟ ସନ୍ଦେହରୁ ୧୯ ବର୍ଷର ଝିଅକୁ ପଥର ରେ ଛେଚି ଏପରି କଲା ବାପା ...

ସାମାନ୍ୟ ସନ୍ଦେହରୁ ୧୯ ବର୍ଷର ଝିଅକୁ ପଥର ରେ ଛେଚି ଏପରି କଲା ବାପା …

ଛତିଶଗଡ଼ :ସନ୍ଦେହ ଏପରି ଏକ ଜିନଷ ଯାହା ଖାଲି ସମ୍ପର୍କରେ ତିକ୍ତତା ସୃଷ୍ଟି କରେ ତା ନୁହେ କେବେ କେବେ ମଣିଷକୁ ମାରିଦିଏ ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ମହାସମୁଣ୍ଡ ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ନିଜ ଝିଅର ଚରିତ୍ର ଉପରେ ସନ୍ଦେହ କରି ତାଙ୍କୁ ବାରମ୍ବାର ମୋବାଇଲ ବ୍ୟବହାର ଉପରେ ମଧ୍ୟ କଟକଣା କରୁଥିଲେ ସନ୍ଦେହ ଏତେ ବଢିଯାଇଥିଲା ଯେ ନିଜ ଝିଅକୁ ହତ୍ୟା କରିବାକୁ ପଛାଇନଥିଲେ ଜନ୍ମ କଲା ବାପା ।
ଅଭିଯୁକ୍ତ ସନ୍ତୋଷ ଦିୱାନ ଙ୍କୁ ପୋଲିସ ଶନିବାର ଦିନ କଟୱାଲି ପୋଲିସ ଷ୍ଟେସନ ଅଂଚଳରୁ ଗିରଫ କରିଛି ପୋଲିସ ଅଧିକ୍ଷକ ଜିତେନ୍ଦ୍ର ଶୁକ୍ଲା କହିଛନ୍ତି ଅଭିଯୁକ୍ତ ଙ୍କ ଝିଅ ସୁଲୋଚନା ଦିୱାନ ଙ୍କ ମୃତ ଦେହରେ ମସ୍ତିଷ୍କରେ ଏକାଧିକ ଆଘାତ ଲାଗିଛି ଓ ସହର ଉପକଣ୍ଠରେ ଥିବା କାନେକେରା ଅଞ୍ଚଳର ଡ୍ରେନ୍ ନିକଟରେ ତାଙ୍କୁ ମୃତ ଦେହ ମିଳିଥିଲା ହତ୍ୟା ମାମଲା ପଞ୍ଜିକରଣ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ସେ କହିଛନ୍ତି। ଯାଞ୍ଚ ବେଳେ ଜଣେ ମୃତକଙ୍କ ଘନିଷ୍ଠ ବନ୍ଧୁ ଚୋଭାରାମ,ପୋଲିସକୁ ଜଣାଇଥିଲେ ଯେ ପୀଡ଼ିତାଙ୍କ ବାପା ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ ଏବଂ ମୋବାଇଲ ବ୍ୟବହାର ବିରୁଦ୍ଧରେ ଥିଲେ |ଚୋଭାରାମ ପୋଲିସକୁ ଏହା ବି କହିଛନ୍ତି ଯେ ଯେତେବେଳେ ବି ସେ ଘର ବାହାରକୁ ଯାଆନ୍ତି ଅଭିଯୁକ୍ତ ତାଙ୍କ ଝିଅକୁ ତାଗିଦ କରୁଥିଲେ। ଅଭିଯୁକ୍ତଙ୍କ ସାନ ଭଉଣୀ ପୂର୍ବରୁ ପରିବାରର ଇଚ୍ଛା ବିରୁଦ୍ଧରେ ଭିନ୍ନ ଜାତିର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ, ଯାହାକୁ ସେ ପରିବାର ପ୍ରତି ଅସମ୍ମାନ ବୋଲି ଭାବିଥିଲେ। କାଳେ ତାଙ୍କ ଝିଅ ମଧ୍ୟ ତାହା କରିବେ ବୋଲି ସେ ସନ୍ଦେହ କରନ୍ତି ।
ପଚରାଉଚରା ବେଳେ ଅଭିଯୁକ୍ତ ପ୍ରଥମେ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ପରେ ଭାଙ୍ଗିପଡି ତାଙ୍କ ଝିଅକୁ ପଥରରେ ହତ୍ୟା କରିଥିବାର ସ୍ୱୀକାର କରିଥିଲା ​​ବୋଲି ଶୁକ୍ଲା କହିଛନ୍ତି। ସୁଲୋଚାନା ଦିୱାନ ଥରେ ବିଳମ୍ବିତ ରାତିରେ ଘରେ ପହଞ୍ଚିଥିଲେ, ଅଭିଯୁକ୍ତ ବାପା ବିଳମ୍ବ ହେବାର କାରଣ ପଚାରିଥିଲେ କିନ୍ତୁ ସେ କୋଣସି ଉତ୍ତର ଦେଇନଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ପରେ ଝିଅ ଘର ବାହାର କୁ ଯାଇଥିଲେ ,ଏବଂ ତାଙ୍କ ପିତା ତାଙ୍କୁ ଅନୁସରଣ କରିଥିଲେ। ଓ ଝିଅର ମୁଣ୍ଡରେ ପଥର ମାଡ କରିଥିଲେ ଫଳରେ ତାଙ୍କର ମୃତ୍ୟୁ ଘଟିଥଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking