34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଜନ୍ମଦିନକୁ ଡାକି ହତ୍ୟା

ଜନ୍ମଦିନକୁ ଡାକି ହତ୍ୟା

ନୂଆଦିଲ୍ଲୀ: ବିହାର ମୁଜଫରପୁର ଅହିୟାପୁର ଥାନା ଅଂଚଳରେ ଗୋଟିଏ ପରିବାରର ଦୁଇ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ସାମ୍ନାକୁ ଆସିଛି । ଦୁଇ ଜଣଙ୍କୁ ସମାନ ଉପାୟରେ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡି ଦିଆଯାଇଛି । ସୋସିଆଲ ମିଡିଆରେ ମୃତକଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କ ପରିଚୟ ମିଳିଛି । ବଡା ଜଗନ୍ନାଥ ନିବାସୀ ରାଜୁ ପାସୱାନ ନିଜ ମୃତକ ପୁଅ ଓ ଭଣଜା ରାଜାର ମୃତଦେହ ଚିହ୍ନଟ କରିଛନ୍ତି । ଦୁଇ ଶବର ହାତରେ ରଶି ବନ୍ଧା ହୋଇଛି । ଗଳାକୁ ତାରରେ ଚାପି ଦିଆଯାଇଛି ଓ ପୁରା ଶରୀରରେ ଛୁରୀରେ ଆକ୍ରମଣ କରିଥିବା କ୍ଷତ ଚିହ୍ନ ରହିଛି । ମୃତକ ଦୀପକ ଓ ରାଜାଙ୍କୁ ରାହୁଲ ଓ ପଙ୍କଜ ଜନ୍ମଦିନ ପାର୍ଟିରେ ନିମନ୍ତ୍ରଣ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ଯେତେବେଳେ ଘରକୁ ଫେରିନଥିଲେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଦେଇଥିଲେ । ମାତ୍ର କୌଣସି ପ୍ରକାର ସୁରାକ ମିଳିନଥିଲା । ଦୁହିଁଙ୍କ ଫୋନ ମଧ୍ୟ ବନ୍ଦ ଥିଲା । ଅଭିଯୁକ୍ତ ରାହୁଲ ଓ ପଙ୍କଜ ଫେରାର ରହିଥିଲେ । ମୃତ ଦୀପକଙ୍କ ବାପାଙ୍କ କହିବାନୁସାରେ, ୪ ମାସ ପୂର୍ବରୁ ପଙ୍କଜ ଦୃତ ବେଗରେ ଗାଡି ଚଲାଇବାକୁ ନେଇ ଦୀପକ ବାରଣ କରିଥିଲା । ଏହାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଅହିୟାପୁର ଥାନାରେ ଏନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଏହାପରେ ପୋଲିସ ବାଇକ ନେଇଯାଇଥିଲା । ଏହି ଘଟଣା ନେଇ ରାହୁଲ ହତ୍ୟା ଧମକ ଦେଇଥିଲା । ହେଲେ କିଛି ଦିନ ମଧ୍ୟରେ ସବୁକିଛି ଠିକ ହୋଇଯାଇଥିଲା । ଅହିୟାପୁର ଥାନା ମୁଖ୍ୟ ସୁନୀଲ ରଜକ କହିଛନ୍ତି ଯେ, ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଅଜଣା ମୃତଦେହ ଇଦ୍ଧାର ହୋଇଥିଲା ବା ଯାହାର ଚିହ୍ନଟ କରାଯାଇଛି । ବର୍ତମାନ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛିା ଅନ୍ୟପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking