28.1 C
Bhubaneswar
Friday, March 29, 2024
Homeଅପରାଧଟ୍ରାଏଲ୍ ରୁମରେ ମହିଳାଙ୍କୁ ଅସଦାଚରଣ କରି ଅଭିଯୁକ୍ତ ଗିରଫ

ଟ୍ରାଏଲ୍ ରୁମରେ ମହିଳାଙ୍କୁ ଅସଦାଚରଣ କରି ଅଭିଯୁକ୍ତ ଗିରଫ

ନୋଏଡା: ଟ୍ରାଏଲ ରୁମରେ ମହିଳାଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା । ଶେଷରେ ପୋଲିସ ଦ୍ୱାରା ଗିରଫ ହେଲା ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି, ନୋଏଡା ସେକ୍ଟର-୩୨ ସ୍ଥିତ ଏକ ସପିଂ ମଲରେ । ପୋଲିସର ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣକ ସପିଂ ପାଇଁ ଉକ୍ତ ମଲଟିକୁ ଯାଇଥିଲେ । କିଣାକିଣି କରିବା ଭିତରେ ଜଣେ ଯୁବକ ତାଙ୍କୁ ବାରମ୍ବାର ପିଛା କରିଥିଲେ । ମହିଳା ଜଣକ ଯେଉଁ ଆଡେ ଯାଉଥିଲେ , ଯୁବକ ଜଣକ ମଧ୍ୟ ତାଙ୍କୁ ଫଲୋ କରୁଥିଲେ । ପରେ ଉକ୍ତ ମହିଳା ଜଣକ ଯେତେବେଳେ ଟ୍ରାଏଲ ରୁମ ଭିତରକୁ ଯାଇଥିଲେ, କେହି ନଥିବାର ମୌକାରେ ଉକ୍ତ ଯୁବକ ଜଣକ ମଧ୍ୟ ଟ୍ରାଏଲ ରୁମ ଭିତରକୁ ପ୍ରବେଶ କରିଥିଲେ । ମହିଳାଙ୍କୁ ଟଣାଓଟରା କରିବା ସହ ଅସଦାଚରଣ କରିଥିଲେ । ପରବର୍ତୀ ସମୟରେ ଉକ୍ତ ଯୁବକଟିକୁ ସପିଂ ମଲରେ ଲୋକେ କାବୁ କରି ପୋଲିସକୁ ଖବର ଦେଇଥିଲେ । ଆଉ କିଛି କ୍ଷଣ ମଧ୍ୟରେ ଘଟଣାସ୍ଥଳରେ ପୋଲିସ ପହଂଚି ଉକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା । ଡିସିପି ସଙ୍କଳ୍ପ ଶର୍ମାଙ୍କ ସୂଚନା ମୁତାବକ, ଅଭିଯୁକ୍ତକୁ ଧାରା ୨୪ ଅନୁସାରେ ଗିରଫ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking