36.7 C
Bhubaneswar
Tuesday, April 16, 2024
Homeଓଡିଶାଦୀଘା ସମୁଦ୍ରରେ ଭାସିଗଲେ ଅମାନିଆ ପର୍ଯ୍ୟଟକ….

ଦୀଘା ସମୁଦ୍ରରେ ଭାସିଗଲେ ଅମାନିଆ ପର୍ଯ୍ୟଟକ….

ବାଲେଶ୍ୱର : ଲଘୁଚାପ ଯୋଗୁଁ ଅସାନ୍ତ ହୋଇପଡ଼ିଥିଲା ସମୁଦ୍ର, ଭୟଙ୍କର ଗର୍ଜନ, ଆଉ ସେହି ଶବ୍ଦ ମଧ୍ୟରୁ ଭାସିଆସୁଥିଲା ବଞ୍ଚାଅ ବଞ୍ଚାଅ । ମୁଁ ବୁଡି ଯାଉଛି, କିଏ ହେଲେ ମତେ ଟିକେ ବଂଚାଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଦୀଘା ବେଳାଭୂମିରେ । ଯେଉଁଠାରେ ଜଣେ ବ୍ୟକ୍ତି ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଲଘୁଚାପରେ ଅଶାନ୍ତ ସମୁଦ୍ରର ରୂପ ଦେଖିବାକୁ ଯାଇଥିଲେ ବ୍ୟକ୍ତି ହେଲେ ଅଶାନ୍ତ ସମୁଦ୍ର ହିଁ ତାଙ୍କୁ ଟାଣି ନେଲା । ସାମାନ୍ୟ ଭୁଲରେ ଆଜି ଜୀବନ ମରଣ ସହ ଅଶାନ୍ତ ସମୁଦ୍ର ଭିତରେ ସଂଘର୍ଷ କରୁଛନ୍ତି ଏହି ବୁଡିଯାଉଥିବା ଏହି ପର୍ଯ୍ୟଟକ ଜଣଙ୍କ । ଏହି ଭୟଙ୍କର ଦୃଶ୍ୟକୁ ଦେଖନ୍ତୁ, ଜଣେ ବ୍ୟକ୍ତି ପଡ଼ିଯାଇଛନ୍ତି ମରଣ ମୁହଁରେ । ଲଘୁଚାପ ପ୍ରଭାବରେ ପଶ୍ଚିମବଙ୍ଗ ଦୀଘା ବେଳଭୂମିରେ ସମୁଦ୍ର ଅଶାନ୍ତ ହୋଇରହିଛି । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ରଦ୍ୱାରା ପର୍ଯ୍ୟଟକ ମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ସତର୍କ ସୂଚନା କରାଯାଉଛି ବି । ହେଲେ ସମୁଦ୍ରରେ ଆଜି ରବିବାର ପୂର୍ବାହ୍ନରେ ଉଚ୍ଚ ଜୁଆର ଥିବା ବେଳେ ଜଣେ ପର୍ଯ୍ୟଟକ ଜଣଙ୍କ ତାଙ୍କର ଅସାବଧାନତା ଆଜି କଣ କରିଦେଲା । ସେ ସମୁଦ୍ରର ଲହରୀ ସହିତ ଭାସି ଯାଇ ପ୍ରାୟ ଅଧାଘଣ୍ଟା ହେବ ସମୁଦ୍ର ଉଚ୍ଚ ଜୁଆର ସହିତ ସଂଘର୍ଷ କରୁଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିବା ଜଣା ପଡ଼ିଛି । ତେବେ ସମୁଦ୍ରର ଉଚ୍ଚ ଜୁଆର ପାଇଁ ବାରମ୍ବାର ପ୍ରଶାସନ ପକ୍ଷରୁ ସତର୍କ କଲେ ମଧ୍ୟ ଏଭଳି ଅମାନିଆ ପର୍ଯ୍ୟଟକଙ୍କ ପାଇଁ କିଏ ଦାୟୀ ରହିବ ସେ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking