34.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ଟେଷ୍ଟ ପାଇଁ ମେଡିକାଲ୍ ଯାଇଥିଲେ : ଘରକୁ ଫେରିଲେ ଶବ ହୋଇ

କରୋନା ଟେଷ୍ଟ ପାଇଁ ମେଡିକାଲ୍ ଯାଇଥିଲେ : ଘରକୁ ଫେରିଲେ ଶବ ହୋଇ

ଗଜପତି : ମୃତ୍ୟୁ କେତେବେଳେ କାହା ପାଖକୁ କେମିତି ଆସେ କେହି କହି ପାରିବେ ନାହିଁ । ମେଡିକାଲ୍‌କୁ ସ୍ୱାବ ଦେବାକୁ ଯାଇଥିବା ଜଣେ ବ୍ୟକ୍ତି ଆଉ ଜୀବିତ ହୋଇ ଘରକୁ ଫେରିଲେ ନାହିଁ । ଏମତି ଏକ ଅଭାବନୀୟ ଘଟଣା ଦେଖାଯାଇଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଅଧୀନ ନାରାୟଣପୁର ଗ୍ରାମରେ ।

ସୂଚନାନୁଯାୟୀ, ନାରାୟଣପୁର ଗ୍ରାମର ଯୋଗେଶ୍ୱର ବେବର୍ତା(୫୦) ପ୍ରାୟ ୧୦ ଦିନ ହେବ ଜ୍ୱରରେ ପଡ଼ିଥିଲେ । ତାଙ୍କ ଘରକୁ ଯାଇ ମ୍ୟାଲେରିଆ ଟିମ୍ ମ୍ୟାଲେରିଆ ପରୀକ୍ଷା କରିଥିଲେ । ହେଲେ ତାଙ୍କର ମ୍ୟାଲେରିଆ ନେଗେଟିଭ୍ ଆସିଥିଲା । ଏହାପରେ ଉକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା ହେବା ପରେ ଡାକ୍ତରୀ ଦଳ ଘରକୁ ଘର ବୁଲି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ । ତାଙ୍କର କରୋନା ଲକ୍ଷଣ ଥିବା ସନ୍ଦେହ ହେବାରୁ ତାଙ୍କୁ କରୋନା ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ । ରବିବାର ସେ ମେଡିକାଲ୍ ଯାଇ କରୋନା ଟେଷ୍ଟ ପାଇଁ ସ୍ୱାବ ଦେଇ ଘରକୁ ଫେରୁଥିଲେ । ହେଲେ ଘରେ ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଶବ ଘରକୁ ଆଣି ଅଳ୍ପ ଲୋକଙ୍କ ସହଯୋଗରେ ଗାଁରେ ତାଙ୍କର ଶବ ସତ୍କାର କରାଯାଇଛି । ତେବେ ତାଙ୍କର ମୃତ୍ୟୁକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking