39.8 C
Bhubaneswar
Thursday, April 18, 2024
Homeଅପରାଧବିବାହର ତିନି ମାସରେ ପତ୍ନୀ ୭ ମାସର ଗର୍ଭବତୀ, ତା’ ପରେ କ’ଣ ହେଲା ପୁରା...

ବିବାହର ତିନି ମାସରେ ପତ୍ନୀ ୭ ମାସର ଗର୍ଭବତୀ, ତା’ ପରେ କ’ଣ ହେଲା ପୁରା ଘଟଣା ପଢ଼ନ୍ତୁ….

ସମ୍ବଲପୁର : ବିବାହର ୪ ମାସ ନପୁରୁଣୁ କାନ୍ଥରେ ଶୁଭ ବିବାହର ଲେଖା ନଲିଭୁଣୁ ପତ୍ନୀର ପଣତକାନିରେ ଶୋଇବା ବଦଳରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ଥାନା କୁକୁଡାବାହାଳି ଗାଁରେ । ଏହି ଗାଁର ମହୋନ ଦେହୁରୀ, ରେଢାଖୋଲ ବ୍ଲକ ଗରଗଡବାହାଲ ପଞ୍ଚାୟତର , ଡଙ୍ଗାପଥର ଗାଁର ହିମାଦ୍ରୀ ଦେହୁରୀଙ୍କୁ ବୈଦୀକ ରିତିରେ ବିବାହ କରିଥିଲେ । ବିବାହର ଦୁଇ ମାସ ପରେ ସ୍ୱାମୀ ମହୋନ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ହିମାଦ୍ରୀ ୬ ମାସର ଗର୍ଭବତୀ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ହୋଇଥିଲା । ଏହି ଘଟଣାକୁ ନେଇ ରେଢାଖୋଲ ଥାନା ଓ ଗାଁ କମିଟିରେ କଥା ପଡିଥିଲା । ପତ୍ନୀ ହିମାଦ୍ରୀ ଏହି ଘଟଣା ପରେ ନିଜ ବାପ ଘରେ ଯାଇ ରହୁଥିଲେ । ବିବାହର ଏକମାସ ପରେ ସବୁବେଳେ ପତ୍ନୀ ହିମାଦ୍ରୀ ଓଲଟି ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ସେହି କାରଣରୁ ଆଜି ମହୋନ ଘରେ ନିଜ ଘରେ ନିଜ ସ୍ତ୍ରୀର ଶାଢୀରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking