39.1 C
Bhubaneswar
Wednesday, April 24, 2024
Homeଓଡିଶାବ୍ୟାରେଜ ଉପରେ ସାଇକେଲ ରଖି ନଦୀକୁ ଡେଇଁଲେ ଯୁବକ

ବ୍ୟାରେଜ ଉପରେ ସାଇକେଲ ରଖି ନଦୀକୁ ଡେଇଁଲେ ଯୁବକ

କଟକ : ଚୌଦ୍ୱାର ବିରୁପା ବ୍ୟାରେଜ ଉପରେ ସାଇକେଲ ରଖି ନଦୀକୁ ଡେଇଁଲେ ଯୁବକ । ଯୁବକଙ୍କ ପରିଚୟ ଜଣା ପଡ଼ିନାହିଁ । ବ୍ୟାରେଜ ଉପରେ ସାଇକେଲ ରଖିବା ପରେ ନଦୀ ଓ ସୂର୍ଯ୍ୟଙ୍କୁ ଚାହିଁ ସେ ପ୍ରଣାମ କରିଥିଲେ । ଏହାପରେ ହଠାତ ନଦୀକୁ ଡେଇଁ ପଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ରେ ଖୋଜାଖୋଜି ଜାରି ରଖିଛି । ହେଲେ ଏଯାଏ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ । ବ୍ରିଜ ଉପରେ ତାଙ୍କ ଚପଲ ହଳ ହିଁ ଥୁଆ ହୋଇଥିବା ଦେଖାଦେଇଛି ।

ଏମିତି ଘଟଣା ବାରମ୍ବାର ଘଟିବାରେ ଲାଗିଛି । ଗତ ସପ୍ତାହରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କମ୍ପାନୀରେ ଏଚଆର ଭାବେ କାମ କରୁଥିବା ଜଣେ ଯୁବକ ମୁଣ୍ଡଳୀ ବ୍ରିଜ ନିକଟରେ ସ୍କୁଟି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ । କିନ୍ତୁ ଏଯାବତ ତାଙ୍କର କୌଣସି ମୃତ ଦେହ ମିଳିନାହିଁ କି ଆତ୍ମହତ୍ୟାର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ଘରୋଇ ଗଣ୍ଡଗୋଳରୁ ଏମିତି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏମିତି ସମାନ ଢଙ୍ଗରେ ବାରମ୍ବାର ଜୀବନ ହାରିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking