ଆଖୁ ଖାଇବାକୁ ଡାକି ଗର୍ଭବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଯାଇଛି । ଜଣେ ଗର୍ଭବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଜଳେଶ୍ୱର ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ନିଜେ ପୀଡ଼ିତା ଓ ତାଙ୍କ ସ୍ୱାମୀ । ଘଟଣାରୁ ଜଣାଯାଇଛି ଯେ, ରାଇବଣିଆ ଥାନା ଅନ୍ତର୍ଗତ ତେଘରୀ ଗ୍ରାମର ଅଜୟ ସାମଲ(୫୪)ଙ୍କ ଘରକୁ ତାଙ୍କ ପଡ଼ୋଶୀ ନିତାଇ ବିନ୍ଧାଣୀଙ୍କ ସ୍ତ୍ରୀ ପ୍ରତିଦିନ ପିଇବା ପାଣି ଆଣିବା ପାଇଁ ଯାଇଥା’ନ୍ତି । ଘଟଣା ଦିନ ମଧ୍ୟ ଉକ୍ତ ମହିଳା ପାଣି ଆଣିବାକୁ ଯାଇଥିବା ବେଳେ ଅଜୟଙ୍କ ଘରେ କେହି ନ ଥିଲେ । ଏକାକିର ସୁଯୋଗ ନେଇ ଅଜୟ ମହିଳାଙ୍କୁ ଘର ଭିତରକୁ ଆଖୁ ଖାଇବାକୁ ଡାକିଥିଲା । ମହିଳା ଜଣକ ତାଙ୍କ ଘର ଭିତରକୁ ଯିବା ମାତ୍ରେ ତାକୁ ଜୋର ଜବରଦସ୍ତ ଗାଧୁଆଘରକୁ ନେଇ ଅସଦାଚରଣ କରିଥିଲେ । ମହିଳା ଜଣକ ପାଟି କରିବାରୁ ଜୀବନରୁ ମାରିଦେବାର ଧମକ ଦେବାସହ ଏ ବିଷୟରେ କାହାରିକୁ ନ କହିବା ପାଇଁ ଧମକ ଦେଇଥିଲେ । ମହିଳା ଜଣକ କୌଣସି ପ୍ରକାରେ ସେଠାରୁ ଖସିଆସି ପରିବାର ଲୋକଙ୍କୁ ଜଣାଇବା ସହ ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାରଙ୍କ ନିକଟରେ ଅଭିଯୋଗ କରିଥିଲେ । ପୀଡ଼ିତା ୭ମାସର ଗର୍ଭବତୀ ଥିବାବେଳେ ତାଙ୍କୁ ସଂପୃକ୍ତ ଯୁବକ ଶାରୀରିକ ଆଘାତ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଜଳେଶ୍ୱର ପୁଲିସ ସଂପୃକ୍ତ ଯୁବକଙ୍କୁ ଧରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here