22.1 C
Bhubaneswar
Sunday, January 23, 2022
Homeଅପରାଧଖାଦ୍ୟରେ ବିଷ ଦେଇ ଦମ୍ପତିଙ୍କୁ ହତ୍ୟା ସନ୍ଦେହ

ଖାଦ୍ୟରେ ବିଷ ଦେଇ ଦମ୍ପତିଙ୍କୁ ହତ୍ୟା ସନ୍ଦେହ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗୁଲାବୋଦଶା ଗାଁ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ଭିନ୍ନ ମୋଡ଼ ଦେଖାଯାଇଛି । ଖାଦ୍ୟରେ ବିଷ ଦେଇ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ଦମ୍ପତିଙ୍କ ପୁଅ ବାହାରେ ରହୁଥିବା ବେଳେ ତାଙ୍କ ବିନା ଉପସ୍ଥିତିରେ ମୃତ ଦମ୍ପତିଙ୍କ ଶବ ସଂସ୍କାର କରାଯାଇଥିଲା । ଘଟଣର ଦିନ ହିଁ ସ୍ୱର୍ଗଦାରରେ ଦୁଇ ମୃତ ଦେହକୁ ଦାହ କରାଯାଇଥିଲା ।

ଏ ସମ୍ପର୍କରେ ବାହାରେ ରହୁଥିବା ଦୁଇ ପୁଅ ଜାଣିବା ପରେ ଥାନାରେ ଅଭିଯୋଗ ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ୍ ର ତନାଘନା ଆରମ୍ଭ ହୋଇଛି । ସନ୍ଦେହ ଘେରରେ ଆସିବା ପରେ ମୃତ ଦମ୍ପତିଙ୍କ ଭାଇବୋହୁଙ୍କ ସମେତ ୩ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking