28.1 C
Bhubaneswar
Thursday, March 28, 2024
Homeଓଡିଶାମମିତା ହତ୍ୟା ମାମଲା : ଚର୍ଚ୍ଚାରେ ରୁମ୍ ନଂ-୨୦

ମମିତା ହତ୍ୟା ମାମଲା : ଚର୍ଚ୍ଚାରେ ରୁମ୍ ନଂ-୨୦

ବଲାଙ୍ଗୀର : ମମିତା ହତ୍ୟା ମାମଲାରେ ଚର୍ଚ୍ଚାକୁ ଆସିଲା ରୁମ୍ ନଂ-୨୦ । ଯୁକ୍ତ ୩ ଲେଡିଜ୍ ହଷ୍ଟେଲ୍‌ର ରୁମ୍ ନଂ ୨୦ରେ ପଡ଼ିଛି ଭିନ୍ନ ତାଲା । ଅନ୍ୟ ୧୯ ରୁମ୍‌ରେ ଗୋଟିଏ ପ୍ରକାର ତାଲା ପଡ଼ିଥିବାରୁ ରୁମ୍ ନଂ -୨୦ରେ କାହିଁକି ପଡ଼ିଛି ଭିନ୍ନ ତାଲା ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ହଷ୍ଟେଲ୍ ତମାମ ସବୁ ରୁମ୍‌ରେ ଗୋଟିଏ ପ୍ରକାର ତାଲା ପଡ଼ିଛି । ମାତ୍ର ଚର୍ଚ୍ଚାରେ ଥିବା ରୁମ୍ ନଂ ୨୦ରେ ପଡ଼ିଛି ଅଲଗା ତାଲା । ରୁମ୍ ନଂ ୨୦ରେ ଗୋବିନ୍ଦ ସାହୁ ପ୍ରମାଣ ନଷ୍ଟ କରିଥିବା ଆଶଙ୍କା କରାଯାଉଛି ।

ପୋଲିସ କାହିଁକି ରୁମ୍ ନଂ-୨୦ ଖାନତଲାସ କରୁନି ବୋଲି ପ୍ରଶ୍ନ ଉଠୁଛି । ରୁମ୍ ନଂ ୨୦ର ଅନ୍ତେବାସୀଙ୍କୁ ପଚରାଉଚ୍ଚରା କରାଯାଇଛି । କିନ୍ତୁ ଖାନତାଲାସୀ କରାଯାଇନାହିଁ । ଅନ୍ୟପକ୍ଷେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରୁଛି। ସେପଟେ ମହିଳା କମିଶନ ଅଧ୍ୟକ୍ଷା ମମିତାଙ୍କ ଗାଁ ଝରନିକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଆଲୋଚନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking