28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆଜିଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ

ଆଜିଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଆଜିଠାରୁ ଠାରୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ତାଙ୍କର ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଏକାଧିକ ବିରୋଧୀ ଦଳ ନେତାଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ୨୦୨୪ ଲୋକସଭା ନିର୍ବାଚନ ଉପରେ ମମତାଙ୍କ ଆଖି ରହିଥିବା ଏବଂ ଏଭଳି ଏକ ପରିସ୍ଥିତିରେ ତାଙ୍କର ଦିଲ୍ଲୀ ଗସ୍ତକୁ ନେଇ ନାନା ଆଲୋଚନା କରାଯାଉଛି । ମମତା ଦିଲ୍ଲୀରେ ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ରହିବେ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବାପରେ ମମତା ସମସ୍ତ ବିରୋଧୀ ରାଜନୈତିକ ଦଳଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏକତ୍ରିତ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି । ସେ ଏକାଧିକ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସୋନିଆଙ୍କ ସହିତ ତାଙ୍କର ହେବାକୁ ଥିବା ସାକ୍ଷାତ ନେଇ ଅନେକ ମହଲରେ ଭୁକମ୍ପନ ସୃଷ୍ଟି ହୋଇଥିଲା । ୨୦୨୧ରେ ତୃଣମୂଳ କଂଗ୍ରେସ ପାଇଁ ନିର୍ବାଚନୀ ରଣକୌଶଳକୁ ସଫଳତାର ସହିତ ପରିଚାଳନା କରିଥିବା ପ୍ରଶାନ୍ତ କିଶୋର ଏହା ପୂର୍ବରୁ ସୋନିଆ, ରାହୁଳ ଏବଂ ପ୍ରିୟଙ୍କାଙ୍କୁ ଭେଟିସାରିଥିବାରୁ ସଂପ୍ରତି ମମତା ବାନାର୍ଜୀ ସୋନିଆଙ୍କୁ ଭେଟିବା ଯୋଜନା କରିଥିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି । ମମତା ଦିଲ୍ଲୀ ଗସ୍ତ କରିବାର ଦିନକ ପୂର୍ବରୁ କଂଗ୍ରେସ ପେଗାସସ୍‍ ପ୍ରସଙ୍ଗରେ ସରକାର ତୃଣମୂଳ ସାଂସଦ ଏବଂ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ନିଜର ଲକ୍ଷ୍ୟ ବନାଉଥିବା ଅଭିଯୋଗ ଆଣି ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking