34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମମତାଙ୍କ କ୍ୟାବିନେଟ୍ ସଂପ୍ରସାରିତ: ବାବୁଲ ସୁପ୍ରିୟୋଙ୍କ ସମେତ ୯ ମନ୍ତ୍ରୀଙ୍କ ଶପଥ

ମମତାଙ୍କ କ୍ୟାବିନେଟ୍ ସଂପ୍ରସାରିତ: ବାବୁଲ ସୁପ୍ରିୟୋଙ୍କ ସମେତ ୯ ମନ୍ତ୍ରୀଙ୍କ ଶପଥ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି । ଏହି ପ୍ରକ୍ରିୟାରେ ୯ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରେ ବିଜେପିରୁ ଟିଏମ୍‌ସିକୁ ଲମ୍ଫପ୍ରଦାନ କରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଅନ୍ତର୍ଭୁକ୍ତ । ଅନ୍ୟ ମନ୍ତ୍ରୀମାନେ ହେଲେ ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟନ ଗୁହା, ପ୍ରଦୀପ ମଜୁମଦାର, ତାଜମୁଲ ହୋସେନ, ସତ୍ୟଜିତ ବର୍ମନ, ବିର୍ବାହ ହାଁସଦା ଏବଂ ବିପ୍ଳବ ରାୟଚୌଧୁରୀ । ଏମାନଙ୍କ ମଧ୍ୟରୁ ବାବୁଲ, ସ୍ନେହାଶିଷ, ପାର୍ଥ, ଉଦୟନ ଓ ପ୍ରଦୀପଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ଅନ୍ୟ ଚାରିଜଣ ରାଷ୍ଟ୍ରମନ୍ତ୍ରୀ ପଦ ପାଇଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟପାଳଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିବା ଲା ଗଣେଷନ୍ ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ସୂଚନାଯୋଗ୍ୟ ମମତାଙ୍କ କ୍ୟାବିନେଟ୍‌ର ଅନ୍ୟତମ ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ପୂର୍ବରୁ ସୁବ୍ରତ ମୁଖାର୍ଜୀ ଏବଂ ସାଧନ ପାଣ୍ଡେଙ୍କ ଭଳି ମନ୍ତ୍ରୀଙ୍କର ପରଲୋକ ମଧ୍ୟ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଖାଲିପଡିଥିବା ଏହି ପଦଗୁଡିିକ ପୂରଣ କରିବା ଜରୁରୀ ହୋଇପଡିଛି ବୋଲି ମମତା କହିଛନ୍ତି । ଅପରପକ୍ଷରେ ମମତା ରାଜ୍ୟରେ ଆଉ ୭ଟି ନୂତନ ଜିଲ୍ଲା ଗଠନ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି । ଏଗୁଡିକ ହେଲା ସୁନ୍ଦରବନ, ବରହମ୍‌ପୁର, କାଣ୍ଡି, ବସିରହାଟ୍‌, ଇଛାମାଟି, ରାଣାଘାଟ ଓ ବିଷ୍ଣୁପୁର । ଫଳରେ ପଶ୍ଚିମବଙ୍ଗରେ ଜିଲ୍ଲା ସଂଖ୍ୟା ୨୩ରୁ ୩୦କୁ ବୃଦ୍ଧି ପାଇଛି । ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି ନୂତନ ଜିଲ୍ଲା ଗଠନ କରାଯାଉଛି ବୋଲି ମମତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking