୨୦୨୪ରେ ଦିଲ୍ଲୀ ସିଂହାସନରୁ ହଟିବେ ନରେନ୍ଦ୍ର ମୋଦି

କୋଲକାତା: ମମତା ବାନାର୍ଜୀ ହୁଗୁଳୀ ଚୁଂଚୁଡାରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବଙ୍ଗଳାରେ ବଙ୍ଗଳା ବିରୋଧରେ କାମ କରୁଥିବା ବ୍ୟକ୍ତିଙ୍କୁ ବାହାର ରାସ୍ତା ଦେଖାଇ ଦେବୁ । ଏହାସହିତ ସେ କହିଛନ୍ତି, ୨୦୨୪ରେ ଦିଲ୍ଲୀରେ ବିଜେପିକୁ କ୍ଷମତାରୁ ହଟାଇ ଦିଆଯିବ ।
ଜନସଭାକୁ ସମ୍ବୋଧିତ କରି ଟିଏମସି ସୁପ୍ରିମୋ କହିଛନ୍ତି, ବିଜେପି ମୋର ଗୋଟିଏ ଗୋଡ ଭାଙ୍ଗି ଦେଇଛନ୍ତି । ହେଲେ ମୁଁ ଗୋଟିଏ ଗୋଡରେ ହିଁ ବଙ୍ଗଳା ଜିତି ନେବି । ବିଜେପିକୁ ମୁଁ କହିବାକୁ ଚାହୁଁଛି ଯେ, ଆଗାମୀ ଦିନରେ ମୋର ଦୁଇଟି ଗୋଡ ଠିକ ହୋଇଯିବ ଏବଂ ମୁଁ ସେମାନଙ୍କୁ ଦିଲ୍ଲୀ ରେ କ୍ଷମତାରୁ ବେଦଖଲ କରିବି । କରୋନା କହର ଏବେ ରାଜ୍ୟରେ ଜାରି ରହିଛି । ଏମିତି ସମୟରେ ନିର୍ବାଚନ ଆୟୋଗ ଦୁଇରୁ ତିନୋଟି ଫେଜରେ ଭୋଟିଂ କରାଇବାର ଥିଲା । ହେଲେ ବିଜେପି ନେତାମାନେ ଏମିତି ହେବାକୁ ଦେଲେ ନାହିଁ । ଫଳରେ ରାଜ୍ୟରେ କରୋନା କେସ ପୁଣି ବଢିବାକୁ ଲାଗିଛି ।
ଇଙ୍ଗଳାରେ ବିଜେପିର ଯୋଜନା ପଣ୍ଡ ହେବ । ଗୋଟିଏ ଗୋଡରେ ମୁଁ ବଙ୍ଗଳା ବିଜୟ କରିବି ଏବଂ ଦୁଇ ଗୋଡରେ ବିଜେପିକୁ ଦିଲ୍ଲୀ କ୍ଷମତାରୁ ବିତାଡିତ କରିବି । ଦୁଇ ଗୁଜୁରାତୀ ଏଠାକୁ ଆସି କ୍ଷମତା ବିସ୍ତାର କରିବାକୁ ଚାହୁଁଛନ୍ତି । ହେଲେ ତାଙ୍କ ଉଦ୍ଦେଶ୍ୟ ସଫଳ ହେବ ନାହିଁ ।

LEAVE A REPLY

Please enter your comment!
Please enter your name here