30.1 C
Bhubaneswar
Monday, August 15, 2022
Homeଦେଶ ବିଦେଶମୋଦୀ-ମମତା ଘଣ୍ଟାଏ ଭେଟ

ମୋଦୀ-ମମତା ଘଣ୍ଟାଏ ଭେଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମମତା କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗର ବକେୟା ଥିବା ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ବାବଦ ଦେୟ ସମେତ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ତେବେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯିବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମମତାଙ୍କର ଏହି ବୈଠକକୁ ନେଇ ରାଜନୀତିକ ତଥ୍ୟାଭିଜ୍ଞ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ବିପୁଳ ପରିମାଣର ଗଦା ଗଦା ନଗଦ ଟଙ୍କା ମିଳିବା ପରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଅତି ଘନିଷ୍ଠ ଓ ପରମ ବିଶ୍ୱାସୀ ବୋଲି ଜଣାଶୁଣା ଥିଲେ। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ଶ୍ରୀମତୀ ବାନାର୍ଜୀ ସଂପ୍ରତି ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking