40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବିଧାୟକ ଶୋଭନ ଦେବ ଚାଟାର୍ଜୀଙ୍କ ଇସ୍ତଫା

ବିଧାୟକ ଶୋଭନ ଦେବ ଚାଟାର୍ଜୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ନନ୍ଦୀଗ୍ରାମ ସିଟରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଙ୍କ ଠାରୁ ହାରିବା ପରେ ଏବେ ସୁବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ବିଧାନସଭା ସିଟରୁ ନିର୍ବାଚନ ଲଢିପାରନ୍ତି । ଖବର ରହିଛି ଯେ, ଭବାନୀପୁର ବିଧାନସଭା ସିଟରୁ ତାଙ୍କୁ ନିର୍ବାଚନ ଲଢିବା ପାଇଁ ବିଧାୟକ ଶୋଭନ ଦେବ ଚାଟାର୍ଜୀ ଇସ୍ତଫା ଦେଇଛନ୍ତି । କହିରଖୁଛୁ, ଭବାନୀପୁର ପ୍ରଥମରୁ ହିଁ ମମତା ବାନାର୍ଜୀଙ୍କ ପାରମ୍ପରିକ ସିଟ ରହିଛି ।  ନିୟମ ଅନୁସାରେ, ୬ ମାସ ଭିତରେ ମମତା ବାନାର୍ଜୀଙ୍କୁ କୌଣସି ବି ସ୍ଥାନରୁ ନିର୍ବାଚନ ଜିତି ବିଧାନସଭା ସଦସ୍ୟ ହେବାକୁ ପଡିବ ।  ଇସ୍ତଫା ଦେବା ପୂର୍ବରୁ ସୋମାଦେବ କହିତିଲେ, ମୁଖ୍ୟମନ୍ତ୍ରୀଙ୍କୁ ୬ ମାସ ଭିତରେ କୌଣସି ବି ବିଧାନସଭା ସିଟରୁ ବିଜୟ ହାସଲ କରିବାକୁ ପଡିବ ।  ମୁଁ ତାଙ୍କ ଆସନରୁ ଛିଡା ହୋଇଥିଲି ଏବଂ ଜିତି ଗଲି ।  ମୁଁ ବିଧାୟକ ପଦ ଏଥିପାଇଁ ଛାଡୁଛି ଯାହାଦ୍ୱାରା ସେ ନିରପେକ୍ଷ ଭାବରେ ନିର୍ବାଚନ ଜିତି ପାରିବେ । ମମତା ବାନାର୍ଜୀଙ୍କ ବିଜୟ ଆମ ସମସ୍ତଙ୍କ ପାଇଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking