27.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରାକୃତିକ ଔଷଧ ପ୍ରସ୍ତୁତ କରି ନିଜ ଗାଁ କୁ କରୋନା ମୁକାବିଲା କରିବା ପାଇଁ ବର୍ତ୍ତମାନ...

ପ୍ରାକୃତିକ ଔଷଧ ପ୍ରସ୍ତୁତ କରି ନିଜ ଗାଁ କୁ କରୋନା ମୁକାବିଲା କରିବା ପାଇଁ ବର୍ତ୍ତମାନ ସୋନାଲି ଗ୍ରାମ ଚର୍ଚ୍ଚାରେ

ମାଲକାନଗିରି : ସାରା ବିଶ୍ୱରେ ଏବେ କରୋନା ଆତଙ୍କ ଦେଖାଦେଇଛି । ଏହାକୁ ନେଇ ସରକାର ବିଭିନ୍ନ ପ୍ରକାର ସଚେତନ କରାଇବା ସହିତ ୨୨ ମାର୍ଚ ରବିବାର ଦିନ ଜନତା କର୍ଫ୍ୟୁ ଜାରି କରିଥିଲେ । କିନ୍ତୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ସୋନାଲି ଗ୍ରାମ ଏମଭି-୬୯ ରେ ଡ. ଉତ୍ତମ୍ ମଲ୍ଲ ଓ ଗ୍ରାମବାସୀ ନିଜ ଗାଁ ପାଇଁ ପ୍ରାକୃତିକ ମେଡ଼ିସିନ୍ ଦ୍ୱାରା ନିଜ୍ ଗାଁ ଲୋକଙ୍କୁ ସଚେତନ କରାଇବା ସହିତ ମାସ୍କ ବଣ୍ଟନ କରିଥିଲେ । ପ୍ରାକୃତିକ ଔଷଧ ପ୍ରସ୍ତୁତ କରି ନିଜ ଗାଁ କୁ କରୋନା ମୁକାବିଲା କରିବା ପାଇଁ ବର୍ତ୍ତମାନ ସୋନାଲି ଗ୍ରାମ ଏବେ ଚର୍ଚ୍ଚାରେ । କିଛି ନିମ୍ବ ପତ୍ର, ତୁଲସୀ ପତ୍ର,କର୍ପୁର, ଫିଟକିରି ଏହାକୁ ବ୍ୟବହାର କରି ଏନ୍ଟିବ୍ୟାକ୍ଟେରିଆ ଔଷଧ ପ୍ରସ୍ତୁତ କରି ସାମାଜକୁ ଏକ ବାର୍ତ୍ତା ଦେବା ସହ ନିଜ ଗ୍ରାମକୁ ସୁସ୍ଥ ବା କରୋନା ମୁକ୍ତ କରିବା ପ୍ରୟାସ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ କିଛି ଗାଁ ରେ ଗରିବ ଲୋକଙ୍କ ପାଇଁ ମାସ୍କ କିଣିବା ସମ୍ଭବ ନୁହେଁ ଏବଂ ସାନିଟାଇଜର୍ କିଣିବା ସମ୍ବବ ନୁହେଁ  ଓ ତେଣୁ ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରି ଏହି ମେଡ଼ିସିନ୍ ପ୍ରସ୍ତୁତ କରିଛନ୍ତି । ସାମାଜ ସେବି ଉତ୍ତମ୍ ମଲ୍ଲ ଓ ଗ୍ରାମବାସୀମାନେ ଏହି ପଦେକ୍ଷପ ନେଇଛନ୍ତି । ଏହାକୁ ଦେଖି ଆଞ୍ଚଲର ଲୋକେ ବହୁତ୍ ପ୍ରସଂଶା ମଧ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking