28.1 C
Bhubaneswar
Thursday, March 28, 2024
Homeଓଡିଶାକରୋନାକୁ ମାତ ଦେଉଛି ମୌଲାନାଙ୍କ ଦେଶୀ ଔଷଧ

କରୋନାକୁ ମାତ ଦେଉଛି ମୌଲାନାଙ୍କ ଦେଶୀ ଔଷଧ

ମାଲକାନଗିରି- କରୋନାକୁ ମାତ ଦେଉଛି ମୌଲାନାଙ୍କ ଦେଶୀ ଔଷଧ । ଗତବର୍ଷରୁ ଆଜି ଯାଏଁ 70/80 ହଜାର ରୋଗୀ ଭଲ ହେଲେଣୀ ମୌଲାନାଙ୍କ ଔଷଧ ଖାଇ । ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳର ଜାମାଲ ଖାନଙ୍କ ଏହି ଦେଶୀ ଚିକିତ୍ସା ଏବେ ପ୍ରସିଦ୍ଧ ଲାଭ କଲାଣି । ବିଶେଷ କରି କାଲିମେଳା, ପଡିଆ ଅଞ୍ଚଳରେ ରୋଗୀ ଭିଡ ଜମାଉଥିବା ବେଳେ ଆନ୍ଧ୍ର ଓ ତେଲେଙ୍ଗାନାରେ ଜାମାଲ ଖାନଙ୍କ ଚିକିତ୍ସାକୁ ଭରଷା କରୁଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ଆସନ୍ତୁ ଦେଖିବା ମୌଲାନାଙ୍କ ଏହି ଦେଶୀ ଚିକିତ୍ସା ନେଇ ସ୍ୱତନ୍ତ୍ର ରିପୋର୍ଟ ।

– ଏ ହେଉଛନ୍ତି ମୋଟୁ ନିବାସୀ ଜାମାଲ ଖାନ । ସେ ଦାବି କରନ୍ତି ଯେ ତାଙ୍କ ଦ୍ବାରା ପ୍ରସ୍ତୁତ ଦେଶୀ ଔଷଧ ଦ୍ୱାରା 3ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି । ଷ୍ଟେଜ1 ରୁ ଷ୍ଟେଜ3 କରୋନା ରୋଗୀ ତାଙ୍କ ଦ୍ୱାରା ପ୍ରସ୍ତୁତ ଜେ.କେ. କାଢାରେ ଭଲ ହେଉଛନ୍ତି । ଅଧିକ ଗୁରୁତର ଥିଲେ ଟେଷ୍ଟ ରିପୋର୍ଟ ଅନୁଯାୟୀ ଔଷଧ ପ୍ରଦାନ କରନ୍ତି । ସବୁଠୁ ବଡ କଥା ହେଲା ଔଷଧ ଗୁଡିକ ସବୁ ନିଜେ ପ୍ରସ୍ତୁତ କରନ୍ତି । କେବଳ କରୋନା ନୁହେଁ ଅନେକ ପ୍ରକାର ରୋଗ ପାଇଁ ତାଙ୍କ ଔଷଧ ଖାଇ ଭଲ ହେଉଛନ୍ତି ରୋଗୀ । କରୋନା ଦ୍ୱିତୀୟ ଲହରରେ ଅକ୍ସିଜେନ ଜନିତ ଯେଉଁ ସମସ୍ୟା ଦେଖାଯାଇଛି ତାଙ୍କ ଦ୍ୱାରା ପ୍ରସ୍ତୁତ କାଢା ଓ ଜଡିବୁଟି ଔଷଧ ଦ୍ବାରା ଅକ୍ସିଜେନ ଲେବୁଲ ବଢିବାରେ ସହାୟକ ହେଉଛି । ମାଲକାନଗିରି ଜିଲ୍ଲାବାସୀ ହୋଇଥିଲେ ହେଁ ତାଙ୍କର ଔଷଧ ଓ ଚିକିତ୍ସା ବେଶ୍ ପ୍ରସିଦ୍ଧ ଲାଭ କରିଛି ସୀମାନ୍ତ ତେଲେଙ୍ଗାନା ଓ ଆନ୍ଧ୍ରରେ । ସେଥିପାଇଁ ସପ୍ତାହରେ ମୋଟୁ ସମେତ ଚିନ୍ତୁର, ଭଦ୍ରାଚଲମ ଓ ଖାମାମରେ ସେ ଦିନେ ଦୁଇ ଦିନ ଲେଖାଏଁ କ୍ୟାମ୍ପ କରି ରୋଗୀ ଚିକିତ୍ସା କରନ୍ତି ।

ମୋଟୁ ଗ୍ରାମର ଅନତି ଦୁରରେ ନିଜର ଏକ ବିସ୍ତାରକାୟ ଜମିରେ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷଲତା ଲଗାଇ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର କରନ୍ତି । ଏଥିସହ ଜଙ୍ଗଲରୁ ମଧ୍ୟ ବିଭିନ୍ନ ପ୍ରକାର ଗଛର ଛାଲି, ଚେର, ପତ୍ର, ଫଳ ଆଦି ସଂଗ୍ରହ କରନ୍ତି । ବର୍ତ୍ତମାନର କରୋନା ରୋଗରୁ ସୁସ୍ଥ ହେବା ପାଇଁ ଜାମାଲ ଖାନଙ୍କ ଔଷଧ ଗୁଣସମ୍ପନ୍ନ ଓ ଫଳପ୍ରଦ ହେଉଥିବା ସୁସ୍ଥ ହୋଇଥିବା ଲୋକେ ମତ ଦେଇଛନ୍ତି । ଗରିବ ଲୋକଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ମାଗଣାରେ ଔଷଧ ଦେଇଥାନ୍ତି । ଅନ୍ୟମାନଙ୍କୁ ସ୍ୱଳ୍ପ ମୂଲ୍ୟରେ କେବଳ ଔଷଧ ପଇସା ନେଇଥାନ୍ତି । ରାଜ୍ୟର ଯେକୌଣସି ଅଞ୍ଚଳରୁ ତାଙ୍କ ସହ ଯୋଗାଯୋଗ କରିଲେ ଔଷଧ ପଠାଇବେ ବୋଲି ଜାମାଲ ଖାନା ସୂଚନା ଦେଇଛନ୍ତି ।

– କରୋନା ମହାମାରୀର କରାଳ ରୂପରେ ସାଉଁଟୁ ପାଉଟୁ ହେଉଥିବା ରୋଗୀଙ୍କ ପାଇଁ ମୌଲାନାଙ୍କ ଦେଶୀ ଚିକିତ୍ସା କ୍ରାନ୍ତିକାରୀ ପଦକ୍ଷେପ । ସରକାରଙ୍କ ସାହାଯ୍ୟ ମିଳିଲେ ଉନ୍ନତମାନର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଆନୁସାଙ୍ଗିକ ବ୍ୟବସ୍ଥା କରିବେ ବୋଲି ଜାମାଲ ଖାନ ସୂଚନା ଦେଇଛନ୍ତି ।

କରୋନା ରୋଗୀଙ୍କୁ ଶତପ୍ରତିଶତ ଭଲ କରୁଥିବା ତାଙ୍କ ଔଷଧ ନେଇ କଣ କହୁଛନ୍ତି ଜାମାଲ ଖାନ ଶୁଣନ୍ତୁ ଭିଡିଓ ରୁ

ଜାମାଲ ଖାନଙ୍କ କରୋନା ପାଇଁ ଔଷଧ ଖାଇ ସୁସ୍ଥ ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ କଣ କହୁଛନ୍ତି ଶୁଣନ୍ତୁ…ଭିଡିଓ ରୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking