କାଳବୈଶାଖୀ ର ତାଣ୍ଡବ “ଉଡ଼ିଲା ଛପର ଭାଙ୍ଗିଲା ଘର”

ମାଲକାନଗିରି : ଜିଲ୍ଲାର କାଲିମେଳା ବ୍ଲକର ତଣ୍ଡାବାଇ ପଂଚାୟତ ଅନ୍ତର୍ଗତ ଏମ ଭି ୭୯ ଠାରେ କାଳବୈଶାଖୀର ତାଣ୍ଡବ ଗତ ଗୁରୁବାର ଦିନ ଦେଖିବାକୁ ମିଳିଥିଲା । କାଳବୈଶାଖୀର ପ୍ରଭାବରେ ଜୋରରେ ପବନ ବୋହିବା ସହ ବର୍ଷା ହୋଇଥିଲା ବ୍ଲକର ବିଭିନ୍ନ ଅଂଚଳରେ ବହୁ ସମୟ ଧରି ପବନ ସହ ବର୍ଷା ହୋଇଥିଲା ଯାହା ଫଳରେ କି ଏମ ଭି ୭୯ ପ୍ରଶାନ୍ତ ମଣ୍ଡଳ ଙ୍କ ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି ।ପ୍ରଶାନ୍ତଙ୍କ ପରିବାର ଅତି ଗରୀବ ଶ୍ରେଣୀର ହୋଇଥିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ବର୍ଗ।

ହେଲେ ଜନସାଧାରଣଙ୍କ ମନରେ ଏକ ପ୍ରଶ୍ନ ମଧ୍ୟ ଉଙ୍କି ମାରିଛି। ସରକାରଙ୍କ ଏକ ଜନହିତକାରୀ ଯୋଜନା ହେଉଛି ” ଆବାସ ଯୋଜନା ‘ ଏହି ଯୋଜନା ଆର୍ଥିକ ଅନଗ୍ରସର ଶ୍ରେଣୀଙ୍କ ପାଇଁ ଉଦ୍ଦିଷ୍ଟ । ସରକାର ମଧ୍ୟ ଚାହାନ୍ତି ଯେ , ସମସ୍ତ ଗରିବ ଓ ମାଟିଘର ଥୁବା ଲୋକଙ୍କ ପାଖକୁ ଏହି ଯୋଜନା ପହଞ୍ଚୁ । ଏଥିପାଇଁ ପଲ୍ଲୀସଭା , ଗ୍ରାମସଭା ସହ ଅନେକ ମାଧ୍ୟମର ରୂପରେଖ ଦେଇଛି ପଞ୍ଚାୟତିରାଜ ବିଭାବ ରେ । ହେଲେ ଅନେକ ଅସହାୟ ପରିବାର ପାଖରେ ପହଞ୍ଚିପାରୁନାହିଁ ଏହି ଯୋଜନା । ଘରବିନା ଦୂର୍ଦ୍ଦିନରେ ବିତୁଛି ଅନେକ ପରିବାରର ଜୀବନ ।ହେଲେ କେବେ ସରକାରଙ୍କ ଆଖି ଦୁଷ୍ଟି ପଡିବ ଏହି ଗରିବ ପରିବାର ଙ୍କ ଉପରେ।

 

ପ୍ରଶାନ୍ତ ମଣ୍ଡଳ ଦିର୍ଘ ୭ବର୍ଷ ହେବ ସେହି ଘରେ ସ୍ତ୍ରୀ ତାଙ୍କ ଦୁଇ ଝିଅ ଏବଂ ନବମ ଶ୍ରେଣୀ ପାଠ ପଡୁଥିବା ବଡ଼ ପୁଅ କୁ ଧରି ବିପଦଶଙ୍କୁଳ ଅବସ୍ଥାରେ ରହିଆସୁ ଥିଲେ । ହେଲେ ବିଭିନ୍ନ ସମୟରେ ଆବାସ ଯୋଜନାରେ ଘର ଖଣ୍ଡ ପାଇଁ ପଞ୍ଚାୟତ ଅଫିସରେ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣିପାତ କରୁନଥିବା ଅଭିଯୋଗ କରିଛନ୍ତି ପ୍ରଶାନ୍ତ ।ପ୍ରଶାନ୍ତ କୁଲି ଲେବର କାମ କରି ପରିବାରର ଭୋରଣପସଣ କରିଥାନ୍ତି।ହେଲେ ସେହି ପଇସାରେ ଭଲ ଘର ଖଣ୍ଡେ କରିବା କଷ୍ଟକର ପାଠ।ହେଲେ ଏହି ପରିବାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏହି ପରିବାରକୁ କାହାରି ନଜର ପଡିନାହିଁ ।ସୁଚନା ଅନୁସାରେ କିଛି ବର୍ଷ ତଳେ ତାଙ୍କ ଘର ବିଦୂତ ସ୍ପଶରେ ଆସି ଜଳି ଯାଇଥିଲା। ସୋଭାଗ୍ୟ ବସତଃ ପରିବାର ବର୍ଗ ଏଥିରୁ ମଧ୍ୟ ବର୍ତ୍ତିଯାଇଥିଲେ।ଏହି ବାବଦରେ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳିନଥିଲା ବୋଲି କହିଛନ୍ତି ପ୍ରଶାନ୍ତ।ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ମିଳିନଥିବା ରୁ ସେ ପୁର୍ନବାର ଝାଟି ମାଟିରେ ଘର କରି ପରିବାର ଲୋକେ ରହି ଆସୁଥିଲେ। ।ହେଲେ ଗତ କାଲିର ଝଡରେ ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ଏଭଳି ପରିସ୍ଥିତିରେ ପ୍ରଶାନ୍ତ ଓ ତା ପରିବାର ଖୋଲା ଆକାଶ ତଳେ ଘରର ସମସ୍ତ ଆସବାବପତ୍ର ସହ ପରିବାର ଲୋକ ଙ୍କୁ ଦେଖିବାକୁ ମିଳୁଛି। ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଖଣ୍ଡ ପାଇଁ ଚାହିଁରହିଛନ୍ତି ପ୍ରଶାନ୍ତଙ୍କ ପରିବାର।ଏହି ବାବଦରେ ଜାଣିବା ପରେ RI ସୁରଜ ଵାଲା ସେଠାରେ ଯାଇ ଏକ ଟ୍ରିପଲ(ଜରି) ଜଗାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here