33.1 C
Bhubaneswar
Thursday, April 25, 2024
Homeଓଡିଶାଗୀତ ଗାଇ ଏସଏଚଜି ମହିଳାଙ୍କୁ ସଚେତନ କରାଉଛନ୍ତି ବ୍ୟାଙ୍କ ମିତ୍ର

ଗୀତ ଗାଇ ଏସଏଚଜି ମହିଳାଙ୍କୁ ସଚେତନ କରାଉଛନ୍ତି ବ୍ୟାଙ୍କ ମିତ୍ର

ମାଲକାନଗିରି : ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଲୋକଙ୍କ ପାଖରେ ଏହାର ସଠିକ ରୂପରେଖ ପହଞ୍ଚେଇବା ପାଇଁ ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ଢଙ୍ଗରେ ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଥାଏ । ତେବେ ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଳକ ଓଡିଶା ଜିବିକା ମିଶନ ଆନୁକୂଲ୍ୟରେ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ କରାଯାଇଥିବା ପୋଷଣ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏକ ଅଭିନବ ଉପାୟରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ବ୍ଲକ୍ ର ଏମ୍ ଭି ୭୯ ଗ୍ରାମ୍ୟ ବ୍ୟାଙ୍କ୍ ରେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟରତ ସୁପ୍ରିୟା ଜେନା ନିଜର ସୁମଧୁର କଣ୍ଠରେ ମହିଳାଙ୍କ ପାଇଁ ନିଜେ ରଚନା କରିଥିବା କଉତୁକିଆ ଗୀତ ଗାଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ପୋଷଣ, ମହିଳାଙ୍କ ସ୍ୱାବଲମ୍ବୀ, ପରିବାର ପ୍ରତିପୋଷଣ ଓ ସାମାଜିକ ଦାୟିତ୍ୱକୁ ନେଇ ଏକାଧିକ ଗୀତ ରଚନା କରି ଗ୍ରାମାଞ୍ଚଳର ମହିଳାଙ୍କୁ ସଚେତନ କରିବା ପାଇଁ ସୁପ୍ରିୟା ବିଭିନ୍ନ ବୈଠକରେ ଏହି ଗୀତ ଗାଇ ଶୁଣାଉଥିବା ଦେଖିବାକୁ ମିଳୁଛି। ଆଜି ଏହି ପରିପେକ୍ଷିରେ ଏମଭି୭୯ ଜଳସେଚନ କଲୋନୀ ସ୍ଥିତ ଅଙ୍ଗନବାଡି କେନ୍ଦ୍ରର ମହିଳାମାନଙ୍କୁ ସଚେତନ କରାଇବା ପାଇଁ ପିଲାଙ୍କ ପୋଷଣ ଓ ମହିଳାଙ୍କ ଆତ୍ମନିର୍ଭରଶୀଳତା ଉପରେ ଗୀତ ଗାଉଥିବାର ଏକ ଭିଡିଓ ସମାଜିକ ଗଣମାଧ୍ୟମରେ ଚର୍ଚା ସାଉଁଟିଥିବା ଦେଖିବାକୁ ମିଳିଛି। ସୁପ୍ରିୟାଙ୍କ ଏଭଳି କାମ ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚା ସୃଷ୍ଟି କରିଥିବାବେଳେ କାଲିମେଳା ବିଡିଓ ଉମାଶଙ୍କର ଦଲେଇ, ଓଡିଶା ଜିବିକା ମିଶନର ବ୍ଲକ୍ ସଂଯୋଜକ ରୋଜାଲିନ ଦାସ ପ୍ରମୁଖ ପ୍ରଶଂସା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking