28.1 C
Bhubaneswar
Saturday, April 20, 2024
Homeଓଡିଶା୧୧୦୦୦ କେ.ଭି.ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବଙ୍କ ମୃତ୍ୟୁ'

୧୧୦୦୦ କେ.ଭି.ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବଙ୍କ ମୃତ୍ୟୁ’

ମାଲକାନଗିରି: କାଳ ବୈଶାଖୀ ପ୍ରତିଦିନ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ ବର୍ଷା ହେଉଛି l ଝଡ ବର୍ଷାରେ ୧୧୦୦୦ କେ.ଭି.ର ତାର ଛିଣ୍ଡି ମାଟିକୁ ଲାଗିଯାଇଥିଲା l ବିଦ୍ୟୁତ ସଂସ୍ପର୍ଶ ରେ ଆସି ଗୋଟିଏ ଗାଈ,ଏକ ବିରାଟ କାୟ ଅହିରାଜ, ବାଡୁଡି, କୋଇଲି ଓ ଅନ୍ୟାନ୍ୟ ଜୀବ ପ୍ରାଣ ହରେଇଲେ l ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୭୫ ଗ୍ରାମର ଏକ ନୀଳଗିରି ଜମିରେ ହେଇଥିଲା ଏହି ଦୁର୍ଘଟଣା l ବିଦ୍ୟୁତ ତାର ଛିଣ୍ଡି ମାଟିକୁ ଲାଗିବା ମାତ୍ରେ ସବଷ୍ଟେସନ ଥିବା ବ୍ରେକର ଦ୍ୱାରା ବିଦ୍ୟୁତ କାଟ ହୋଇଥାଏ । କିନ୍ତୁ ପ୍ରଶ୍ନ ଉଠୁଛି ଏମ୍ ଭି ୭୫ ଗ୍ରାମର ବ୍ରେକର କିଭଳି କାମ କରିନଥିଲା l ଏମ୍ ଭି ୭୫ ଗ୍ରାମର ବ୍ରେକର ଠିକ ସମୟରେ ଲାଗିଥିଲେ ନିରୀହ ପଶୁ ସହ ସରୀସୃପଙ୍କ ଜୀବନ ବଞ୍ଚି ଯାଆନ୍ତା l ଭାଗ୍ୟ ବଶତଃ କୌଣସି ବ୍ୟକ୍ତି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସିନାହାନ୍ତି ନଚେତ ଏହାର ପରିଣାମ ଆହୁରି ଭୟଙ୍କର ହୋଇଥାନ୍ତା । ଏହି ଘଟଣାଟି ବିଦ୍ୟୁତ ବିଭାଗର ଅସାବଧାନତା କୁ ଦର୍ଶାଉଛି । ସରକାର ଏହି ଘଟଣା ପ୍ରତି ଗୁରୁତ୍ୱପୂର୍ଣ୍ଣ ଭାବେ ଧ୍ୟାନ ଦେବା ସହିତ ମୃତ ଗାଈ ମାଲିକଙ୍କୁ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking