32.1 C
Bhubaneswar
Thursday, March 28, 2024
Homeଓଡିଶାପୁଣି ଦେଖିବାକୁ ମିଳିଛି ଲାଲ୍‌ବାହିନୀର ଲାଲ୍ ହିଂସା, ୨ଜଣ ଛାତ୍ରଙ୍କ ମୁଣ୍ଡ ଗଡ଼ାଇଲେ

ପୁଣି ଦେଖିବାକୁ ମିଳିଛି ଲାଲ୍‌ବାହିନୀର ଲାଲ୍ ହିଂସା, ୨ଜଣ ଛାତ୍ରଙ୍କ ମୁଣ୍ଡ ଗଡ଼ାଇଲେ

ମାଲକାନଗିରି : ପୁଣି ଦେଖିବାକୁ ମିଳିଛି ଲାଲ୍‌ବାହିନୀର ଲାଲ୍ ହିଂସା । ଦୁଇଜଣ ଛାତ୍ରଙ୍କ ମୁଣ୍ଡ ଗଡ଼ାଇଲେ ମାଓବାଦୀ । ଛତିଶଗଡ଼ ସୁକ୍‌ମାରେ ୨ ଛାତ୍ରଙ୍କର ମୁଣ୍ଡ ଗଡ଼ାଇଛନ୍ତି ମାଓବାଦୀ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗଳାକାଟି ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି । ମିଳପାଲି ଜଙ୍ଗଲରେ ଏଭଳି ବୀଭତ୍ସ ଭାବେ ହତ୍ୟା କରି ଦୁଇ ଛାତ୍ରଙ୍କୁ ଫିଙ୍ଗି ଦେଇଛନ୍ତି । ମାଓବାଦୀ ହତ୍ୟା କରିଥିବା ନେଇ ସୂଚନା ଦେଇଛନ୍ତି ସୁକ୍‌ମା ଏସ୍‌ପି ।

ସୂଚନା ଅନୁଯାୟୀ, ମିଳପାଲି ଜଙ୍ଗଲରେ ୨ ମୃତହେଦ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ ଏବଂ ନିକଟରେ ଏକ ଚିଠି ମଧ୍ୟ ପଡ଼ିଥିଲା ଏବଂ ସେଥିରେ ଲେଖାଥିଲା ଯେ, ପୋଲିସ୍ ଇନ୍‌ଫର୍ମ ସନ୍ଦେହରେ ୨ଜଣ ଛାତ୍ରଙ୍କୁ ହତ୍ୟା କରାକଲା । ଗତକାଲି ଗାଁରୁ ୨ଛାତ୍ରଙ୍କୁ ଡ଼ାକି ନେଇଯାଇଥିଲେ । ଆଜି ଭୋରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି । କିନ୍ତୁ ଏହି ଦୁଇଜଣ ଛାତ୍ର କେଉଁ କ୍ଲାସ୍‌ରେ ପାଠ ପଢ଼ୁଥିଲେ ବର୍ତ୍ତମାନ୍ ତାହା ସ୍ପଷ୍ଟ ହୋଇନାହିଁ । ସୁକ୍‌ମା ଏସ୍‌ପି ଏହା ସ୍ପଷ୍ଟ କରିଛନ୍ତି ମାଓବାଦୀ ଏହି କାଣ୍ଡ ଘଟାଇଛନ୍ତି । ଜଙ୍ଗଲ ନିକଟରୁ ପୋଲିସ୍ କ୍ୟାମ୍ଫ ବହୁତ ଦୂରରେ ରହିଛି । ମଳପାଲି ଜଙ୍ଗଲରେ ମାଓବାଦୀମାନେ ଗତକିଛି ଦିନ ହେବ ବହୁ ହିଂସାକାଣ୍ଡ ଘଟାଉଥିବା ଦେଖିବାକୁ ମିଳିଛି । ପୋଲିସ ଅପରେସନ୍ ମଧ୍ୟ ଜୋର୍‌ଦାର୍ କରୁଛି । ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌, ପ୍ରେସରମାଇଣ୍ଡକୁ ମଧ୍ୟ ପୋଲିସ ଜବତ କରିଛି । ବାରମ୍ବାର ସେ ଅଞ୍ଚଳରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିୟ ହେଉଛି । ମାଓବାଦୀମାନେ ସେଠାରେ ନିଜର ସ୍ଥିତି ଜାହିର କରୁଛନ୍ତି । ପୋଲିସକୁ ମଧ୍ୟ ଚ୍ୟାଲେଞ୍ଚ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking