27.1 C
Bhubaneswar
Monday, August 8, 2022
Homeଓଡିଶାଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା, ଖୋଲା ଆକାଶ ତଳେ କୋମଳମତି ଶିଶୁ

ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା, ଖୋଲା ଆକାଶ ତଳେ କୋମଳମତି ଶିଶୁ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାମବେଡ଼ା ପଞ୍ଚାୟତ ଏମ୍‌ଭି ୨୮ ନଂ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଖୋଲା ଆକାଶ ତଳେ କୋମଳମତି ଶିଶୁ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ବସିଥିଲେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିନଥିଲା । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତେଷ ଦେଖାଦେଇଛି ।

ସୂଚନା ଅଦୁଯାୟୀ, କରୋନା ମହାମାରୀ ଯୋଗୁ ଦୀର୍ଘ ମାସ ଧରି ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଥିଲା । ତେବେ କରୋନା ସଂକ୍ରମଣ କମିବା ପରେ ପିଲାଙ୍କ ପାଠପଢ଼ା ନିମନ୍ତେ କିଛି ଶିକ୍ଷାନୁଷ୍ଠାନ ଖୋଲାଯିବା ସହ ସମନ୍ୱିତ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ସକାଳ ୭ ଟା ରୁ ୧୧ ପର୍ଯ୍ୟନ୍ତ ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ସରକାରଙ୍କ ନିୟମକୁ ଅବମାନନା କରି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଏମ୍‌ଭି୨୮ ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ନିୟୋଜିତ ଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ପକ୍ଷରୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ଯାଇନଥିଲା । ଫଳରେ କେନ୍ଦ୍ରରେ ଅଧ୍ୟୟନ କରୁଥିବା କୋମଳମତି ଶିଶୁମାନେ ସକାଳୁ ଦୀର୍ଘ ଘଣ୍ଟା ଧରି ନିରୁପାୟ ହୋଇ ଅଙ୍ଗନବାଡ଼ି ବାରଣ୍ଡାରେ ଖୋଲା ଆକାଶ ତଳେ ବସିଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ଅଭିଭାବକଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ସକାଳ ପ୍ରାୟ ୯ ଟା ସମୟରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା କେନ୍ଦ୍ରରେ ପହଞ୍ଚି ତାଲା ଖୋଲିଥିଲେ । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟରେ ଅବହେଳା କରିଥିବା ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ  କୋରୁକୋଣ୍ଡା ସିଡିପିଓ ତିଳୋତମା ମଣ୍ଡଳଙ୍କୁ ପଚାରିବାରୁ ସେ ଏନେଇ ସୁପରଭାଇଜର କୌଶଲ୍ୟା ମିର୍ଦ୍ଧାଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking