ଅନ୍ଧ ହୋଇ ବି ପଥର ବାଡ଼େଇ ଚଳୁଛି ପରିବାର

ମାଲକାନଗିରି : ସପ୍ତମ ଶ୍ରେଣି ପାଠ ପଢିବା ସମୟରେ ଦୈବ ଛଡାଇ ନେଲା ଦୃଷ୍ଟି ଶକ୍ତି। ତଥାପି ହାରି ନ ଥିଲେ । ଭୋକ ମାରିବାକୁ ପାହାଡରେ ପଥର ଫଟାଉଥିଲେ। ଶାରୀରିକ ଅକ୍ଷମତାକୁ ନିଜର ଶକ୍ତି କରିବା ସହ ଦୀର୍ଘ 20 ବର୍ଷ ଧରି ପଥର ଫଟାଇ ନିଜେ ବଞ୍ଚିବା ସହ ଉଠାଉ ଥିଲେ ନିଜ ପରିବାରର ବୋଝ । ବିଧାତାକୁ ଦୋଷ ଲଦି ଦେଉଥିବା ଲୋକଙ୍କ ପାଇଁ ସେ ଥିଲେ ଉଦାହରଣ । ହେଲେ ସେ ସବୁ କିଛି ବନ୍ଦ ହୋଇ ଯାଇଛି ଯେଉଁ ହାତରେ ପଥର ଫଟାଉଥିଲେ ସେ ହାତ ଏବେ ବନ ବିଭାଗର ନିର୍ଦ୍ଦେଶ କ୍ରମେ ବନ୍ଦ ହୋଇଯାଇଛି। ଅନ୍ୟ କିଛି କରି ପାରୁ ନଥିବାରୁ ଏବେ ହାତ ବାନ୍ଧି ବସିଛନ୍ତି 115 ଗ୍ରାମର ପରିମଳ ସାନା।

ହାତୁଡ଼ି ଧରି ଟିକ୍ ଟିକ୍ ଖରାରେ ବଡ଼ ପଥରକୁ ଟିକ୍ ଟିକ୍ ଖଣ୍ଡ କରୁଥିବା ଏହି ଲୋକ ଜଣକ କେବଳ ଅନୁଭବ କରିପାରନ୍ତି ଦେଖାଇପାରନ୍ତି ନାହିଁ। ଦୈବ ଛଡାଇ ନେଇଛନ୍ତି ଦୃଷ୍ଟି ଶକ୍ତି। ସେବେଠୁ ଏହି ପରି ପଥର ଫଟାଇ ପରିବାର ଚଳାଇବା କୌଶଳ ଶିଖିଥିଲେ । ଏହି ପଥର ଫଟାଇ କରିଥିବା ସମସ୍ତ ରୋଜଗାରରେ ନିଜର ଦୁଇ ଝିଅର ବିବାହ ମଧ୍ୟ ଦେଇଛନ୍ତି । ହେଲେ ଏବେ ଏହି ରୋଜଗାର ଉପରେ ବନ ବିଭାଗ ଅଙ୍କୁଶ ଲଗାଇ ଦେଇଛନ୍ତି । ନିଜ ଗାଁର ମୁଣ୍ଡରେ ଥିବା ପାହାଡରେ ପଥର ଫଟାଇବାକୁ ଖୋଲାଖୋଲି ବନବିଭାଗ ମନା କରିଦେବା ପରେ ଏବେ ହାତ ବାନ୍ଧି ବସିଛନ୍ତି ଏମଭି 115 ଗ୍ରାମର ପରିମଳ ସାନା । ଏବେ ଭୋଗ ମାରିବା ପାଇଁ ସ୍ତ୍ରୀ ବିଡ଼ି ପତ୍ର ବାନ୍ଧୁ ଥିବାବେଳେ ପରିବାର ବହୁତ ଦୁଃଖ କଷ୍ଟରେ ଚଳୁଛନ୍ତି।

ଦୃଷ୍ଟି ଶକ୍ତି ହରାଇ ଥିବା ଲୋକେ ବିଧାତାକୁ ଦୋଷ ଲଦି ଦେଉଥିବା ବେଳେ ଏ କିନ୍ତୁ ସବୁଠୁ ଭିନ୍ନ ନିଜ ଗୋଡରେ ଛିଡା ହେବା ପାଇଁ ଏବେ ବି ଅଛି ଯୁକ୍ ହେଲେ ସରକାରୀ ବିଧି ବ୍ୟବସ୍ତାରୁ ନା ସମଝ ଥିବା ଏହି ବ୍ୟକ୍ତି ଜଣକ ସରକାରଙ୍କୁ କରିଛନ୍ତି ଅନୁରୋଧ । ପଥର ଫଟାଇବା ପାଇଁ ଅନୁମତି ମିଳିପାରିଲେ ପାଇ ପାରିଥାନ୍ତେ ସୁବିଧା। ହେଲେ ଦୂର୍ଭ୍ୟାଗ୍ୟର ବିଷୟ ଏଭଳି ଅବସ୍ତାରେ ଥିବା ଲୋକଙ୍କୁ ବନ ବିଭାଗ ପଥର ଭାଙ୍ଗି ପାରିବେ ନାହିଁ ବୋଲି କହିଛନ୍ତି । ଯଦି ପଥର ଭାଙ୍ଗିବ ତମ ନାଁରେ କେସ ହବ ବୋଲି କହି କାମ ବନ୍ଦ କରିଦେଇଛନ୍ତି । ସେବେଠୁ ଏହି କାମ ବନ୍ଦ ହୋଇ ପଡ଼ିଚି ।

LEAVE A REPLY

Please enter your comment!
Please enter your name here