31.1 C
Bhubaneswar
Friday, March 29, 2024
Homeଓଡିଶାନାହିଁ ଜନ୍ମ ପଞ୍ଜୀକୃତ ପ୍ରମାଣ ପତ୍ର

ନାହିଁ ଜନ୍ମ ପଞ୍ଜୀକୃତ ପ୍ରମାଣ ପତ୍ର

 ମାଲକାନଗିରି  : ପିଲା ପଢିବେ ବଢିବେ ସର୍ବ ଶିକ୍ଷା ଅଭିଯାନ ରେ ସାମିଲ ହୋଇ ଶିକ୍ଷା ପାଇବେ ହେଲେ ଏ ସବୁ ରୁ ବଞ୍ଚିତ ସେମାନେ। କାହିଁକି ନା ଜନ୍ମ ହୋଇ ଜନ୍ମ ସିଦ୍ଧ ଅଧିକାର ରୁ ବଞ୍ଚିତ ଏହି ପିଲା ମାନେ ଜନ୍ମ ପଞ୍ଜୀକୃତ ପ୍ରମାଣ ପତ୍ର ପାଇ ପାରି ନାହାନ୍ତି ଏମାନେ । କିଏ ଘରେ ଜନ୍ମ ହୋଇଛି ତ କିଏ ମେଡିକାଲ ରେ ଆଶା କର୍ମୀ, ଏଏନଏମ  ଦିଦି ଓ ମେଡିକାଲ୍ ଡାକ୍ତର ଙ୍କ ଉପସ୍ଥିତିରେ। ହେଲେ ଏଏନଏମ ଦିଦି ଙ୍କ ଖାମ୍ ଖିଆଲି ପାଇଁ ଏହି ପିଲା ମାନଙ୍କର ନାମ ପଞ୍ଜୀକୃତ ହୋଇ ପାରି ନାହିଁ। ଦୀର୍ଘ ଦିନ ଧରି ଜନ୍ମ ପଞ୍ଜୀକୃତ ପ୍ରମାଣ ପତ୍ର ପାଇ ବାରୁ ବଞ୍ଚିତ ଥିବା ପିଲା ଙ୍କର ଅଭିଭାବକମାନଙ୍କ ଠୁ ସିଧା ସଳଖ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ ମାନେ ।

ଏମଭି 79 ଗ୍ରାମର ଅଜିତ ବର୍ମନ ଓ ତାଙ୍କ ପତ୍ନୀ କଳ୍ପନା ବର୍ମନ ତାଙ୍କ ପିଲା ଆୟୁଷ ବର୍ମନ ପିଲାଟି କୁ ଏବେ 6 ବର୍ଷ(17.08.15) ହେବାକୁ ଥିବା ବେଳେ ଏବେ ମଧ୍ୟ ପିଲାଟି ଜନ୍ମ ପଞ୍ଜୀକୃତ ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ। ଫଳରେ ପିଲା ଟି ଏବେ ମଧ୍ୟ ସ୍କୁଲ ଯାଇ ପାରୁ ନାହିଁ, ଆଧାର କାର୍ଡ ପାଇବାରୁ ମଧ୍ୟ ବଞ୍ଚିତ ଅଛି ପିଲାଟି। ପିଲା ଜନ୍ମ ହେବା ସମୟରେ ଆଶା କର୍ମୀ ଏନ୍ ଏମ୍ କର୍ମୀ ଙ୍କ ଉପସ୍ଥିତି ରେ ପିଲାଟି ଜନ୍ମ ହୋଉଥିଲେ ମଧ୍ୟ ଏ ଯାଏ ଜନ୍ମ ସିଦ୍ଧ ଅଧିକାର ରୁ ବଞ୍ଚିତ ଏହି କୁନି ପିଲାଟି।ଜନ୍ମର 6 ଦିନ ପରେ ଜନ୍ମ ପଞ୍ଜୀକୃତ ପ୍ରମାଣ ପତ୍ର କରିଦେବା ପାଇଁ ଏଏନଏମ ଦିଦି ପୁଟୁଳ ମଣ୍ଡଲ 200 ଟଙ୍କା ମାଗିବା ସହ ଜନ୍ମ ପଞ୍ଜୀକୃତ ପ୍ରମାଣ ପତ୍ର କରିଦେବେ ବୋଲି କହିଥିଲେ ହେଲେ ଏବେ ଯାଏ ପିଲାଟି ର ପ୍ରମାଣ ପତ୍ର ହୋଇ ପାରି ନାହିଁ। ସେପଟେ ପ୍ରତି ଥର ବିଭିନ୍ନ ଆଳ ଦେଖାଇ ଟଙ୍କା ପରେ ଟଙ୍କା ମାଗୁଥିବା ର ଅଭିଯୋଗ କରିଛନ୍ତି ଅଜିତ ବର୍ମନ। ଟଙ୍କା ମାଗିବା ଅଭିଯୋଗ ସେ ସିଧାସଳଖ ଜିଲ୍ଲା ସ୍ୱାସ୍ଥ ବିଭାଗ କୁ କରିବା ପରେ ବ୍ଳକ ରୁ ଏହାର ତଦନ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

 

ସେହିପରି ଏମଭି 79 ଗ୍ରାମର ସୁଚିତ୍ରା ରାୟ ତାଙ୍କର ମଧ୍ୟ ଏମଭି 79 ମେଡିକାଲ ରେ ପ୍ରସୂତି ହୋଇଥିଲା ଆଜିକୁ 6 ବର୍ଷ ବିତି ଯାଇଥିଲେ ହେ ଏହି ମା ର ମଧ୍ୟ ଦୁଇ ଜମଜ ଛୁଆ ଗଙ୍ଗା ଯମୁନା ଜନ୍ମ ସିଦ୍ଧ ଜନ୍ମଗତ ପ୍ରମାଣ ପତ୍ର ପାଇ ପାରି ନଥିବାରୁ ସମାନ ଅସୁବିଧା ର ସମୂଖୀନ ହେଉଛନ୍ତି। କେବଳ ଏମଭି 79 ର ଜଣେ କି ଦୁଇ ଜଣ ନୁହଁ ଏହି ପରି ବହୁତ ଜଣ ପିଲା ଙ୍କର ଜନ୍ମରୁ ଇତି ମଧ୍ୟରେ 11 ବର୍ଷ 12 ବର୍ଷ ହେବାକୁ ଯିବାକୁ ଥିବା ବେଳେ ଜନ୍ମ ଗତ ପ୍ରମାଣ ପତ୍ର ପାଇ ପାରି ନାହାନ୍ତି।

 

 

ସେପଟେ ଗାଁ ର ଆଶା କର୍ମୀ କହିଛନ୍ତି ଯେ ପ୍ର୍ୟତେକ ପ୍ରସୂତି ସମୟରେ ସେ ଉପସ୍ଥିତ ଥିବା ସହ ସମସ୍ତ ପ୍ରକାର ର ରିପୋର୍ଟ୍ ସେ ନିୟମ ଅନୁସାରେ ଏଏନଏମ ଦିଦି ଙ୍କୁ ଦେଇ ସାରିଥିବା ବେଳେ କେଉଁ କାରଣରୁ ସେମାନେ ଦୀର୍ଘ ଦିନ ଧରି ଏହି ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ଅଛନ୍ତି ସେ ଜାଣି ନାହାଁନ୍ତି।

 

ସେପଟେ ଟଙ୍କା ମାଗୁଥିବା ର ଅଭିଯୋଗ କରାଯାଉଥିବା ଏ ଏନ୍ ଏମ୍ ଦିଦି ପୁଟୁଳ ମଣ୍ଡଳ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରୁଥିବା ବେଳେ ମୋ ଉପରେ ଅଭିଯୋଗ ର ତଦନ୍ତ ଜାରି ରହିଛି। ଯାହା ତଦନ୍ତ ର ପଳାଫଳ ରହିବ ତାହା ଦେଖାଯିବ ବୋଲି କହିଛନ୍ତି।

ଜନ୍ମ ସିଦ୍ଧ ଅଧିକାର ରୁ ବଞ୍ଚିତ ଥିବା ଏହି କୋମଲ ମତି ଶିଶୁ ମାନଙ୍କୁ କେବେ ଜନ୍ମଗତ ପ୍ରମାଣ ପତ୍ର ମିଲୁଛି ଏବ୍ଂ ତଦନ୍ତ କେଉଁ ଆଡକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking