30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ

ମାଲକାନଗିରି : ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମ ଭି ୪୨ ନମ୍ୱର୍ ଗ୍ରାମର ବରଗଚରେ ଗାମୁଛା ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,  ଉଭୟ ଗୋଟେ ମନ୍ଦିରରେ ବାହା ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡି ନଥିଲେ ସୁଦ୍ଧା ଏହା ପ୍ରେମ ଜନିତ ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।  ଏଥି ନେଇ ମାଲକାନଗିରି ପୁଲିସ ତଦନ୍ତ ଜାରି ରଖିଛି । ଉଭୟ ପରିବାର ପକ୍ଷରୁ ଏମାନଙ୍କ ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ମତାନ୍ତର ରହିଥିବାରୁ ଏହି ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking