34.1 C
Bhubaneswar
Friday, March 29, 2024
Homeଓଡିଶାଗଜପତିର ପ୍ରେମ ମାଲକାନଗିରିରେ ବିବାହ

ଗଜପତିର ପ୍ରେମ ମାଲକାନଗିରିରେ ବିବାହ

ମାଲକାନଗିରି : ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ ବିବାହ ଦୁଇଟି ଆତ୍ମାକୁ ସାତ ଜନ୍ମର ସାଥି କରିଥାଏ । ହିନ୍ଦୁ ଧର୍ମରେ ବିବାହର ବନ୍ଧନକୁ ଏକ ପବିତ୍ର ବନ୍ଧନ କୁହାଯାଏ । ଆଜି ଏହାକୁ ପ୍ରମାଣ କରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ଗ୍ରାମବାସୀ । ଶିବ କୁମାର ଓ ସୋଫିୟା ମୁସ୍କାନର ବିବାହ । ଦୁହେଁ ଦୁହିଁଙ୍କୁ ନିଖୁଣ ଭଲ ପାଉଥିଲେ ମଧ୍ୟ ପ୍ରେମରେ ବାଧା ସାଜିଥିଲା ଧର୍ମ । କାରଣ ପୁଅ ହିନ୍ଦୁ ଓ ଝିଅ ମୁସଲିମ ଥିଲେ । ତେଣୁ ଦୁହେଁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରୁ ମାଲକାନଗିରି ଜିଲ୍ଲାର ମାଥିଲି ନିଜ ସମ୍ପର୍କୀୟଙ୍କ ଘରକୁ ପଳେଇ ଆସିଥିଲେ । ଏମାନଙ୍କ ଖବର ଅଞ୍ଚଳ ବାସି ଜାଣିବା ପରେ ଆଜି ସ୍ଥାନୀୟ ରାମମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେରେ ବିବାହ କରାଇଥିଲେ । ଶିବସୋଫିୟାର ବିବାହ ବନ୍ଧନକୁ ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପର୍କୀୟଙ୍କ ସହ ଅଞ୍ଚଳବାସି ବହୁତ ସହଯୋଗ କରିଥିଲେ । ବିବାହରେ ଉପସ୍ଥିତ ଥିବା ଅଞ୍ଚଳବାସି, ସମ୍ପକୀୟ, ପୁରୋହିତ ସମସ୍ତେ ନବଦମ୍ପତିକୁ ଆଶ୍ରିବାଦ ଦେବା ସହ ନୂତନ ଜୀବନର ଶୁଭ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking