ମାଲକାନଗିରି ଜିଲ୍ଲା ଆର୍‌ଏସ୍‌ଏସ୍‌ ତରଫରୁ ମଲ୍ଲିକେଶ୍ୱର ମନ୍ଦିରରେ ସାପ୍ତାହିକ ଏକତ୍ରିକରଣ ଦିବସ ଉଦଯାପିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆର୍‌ଏସ୍‌ଏସ୍‌ ସଙ୍ଘ ତରଫରୁ ମଲ୍ଲିକେଶ୍ୱର ମନ୍ଦିରରେ ଆଜି ସାପ୍ତାହିକ ଏକତ୍ରିକରଣ ଦିବସ ପାଳନ କରାଯାଇଛି । ଏହି ଅବସରରେ ପ୍ରଥମେ ପତାକା ଉତ୍ତୋଳନ କରାଯାଇ ପରେ ଶାରୀରିକ ବାୟାମ ଓ ଏହାର ମହାତ୍ମା ଗାନ କରି ଶୁଭକାମ ଆରମ୍ଭ କରାଯାଇଥିଲା । ମନ୍ଦିର ସିଡ଼ି ଗୁଡିକୁ ସଫା କରିବା ସହିତ, ସାମ୍ନା ରାସ୍ତାରେ କିଛିଦିନ ପୂର୍ବରୁ ଲଗାଯାଇଥିବା ଗଛ ଗୁଡିକର ମୂଳରେ ପାଣି ଦିଆଗଲା ଓ ତା ଚାରିପାଖରେ ବାଡ଼ ମଧ୍ୟ ଦିଆଗଲା । ମନ୍ଦିରର ମୁଖ୍ୟ ଦ୍ଵାରର ମଧ୍ୟ ସଫା କରାଗଲା । ଏହି ସଙ୍ଘର ପ୍ରମୁଖ ସାନୁ କୋଡେ କହିଛନ୍ତି ଯେ ପ୍ରେତ୍ୟକ ଗୁରୁବାର ଏହିଭଳି ଅନେକ ଶିବ ମନ୍ଦିରରେ ଆର୍‌ଏସ୍‌ଏସ୍‌ ତରଫରୁ ଏକତ୍ରିକରଣ ଦିବସ ପାଳନ କରାଯାଏ । ଶେଷରେ ପ୍ରାଥନା କରାଯାଇ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ସମାପ୍ତ କରାଯାଇଛି । ଏହି ଅବସରରେ ମାଲକାନଗିରି ଜିଲ୍ଲାର ପାଖାପାଖି ୬୦-୬୫ ଜଣ ଆର୍‌ଏସ୍‌ଏସ୍‌ କର୍ମଚାରୀମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ RSSର ପ୍ରମୁଖ ସାନୁ କୋଡେ, କାର୍ତିକ ନାୟକ, ରବି ସେନାପତି, ବାଲାଜି ପଡାଲ, ଶୁଭରାନ୍ସ ଶ୍ୟାମଳ, ଗୋବିନ୍ଦ ମଣ୍ଡଳ, ମାଣିକ ଲାଲ ଚକ୍ରବର୍ତ୍ତୀ, ସୋନିଆ କବାସୀ, ରବି ନାୟକ, ମନଜ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟିକୁ ସଫଳତାର ସହିତ ସମାପ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here