33.1 C
Bhubaneswar
Thursday, April 25, 2024
Homeଓଡିଶାଅଚଳ ଗାଡିର ବ୍ୟାଟେରିରେ ବାଇକ୍ ଓ ସାଇକେଲ ତିଆରି କଲେ ଦିଲୀପ

ଅଚଳ ଗାଡିର ବ୍ୟାଟେରିରେ ବାଇକ୍ ଓ ସାଇକେଲ ତିଆରି କଲେ ଦିଲୀପ

ମାଲକାନଗିରି : ମେକାନିକର ଦୁଇ ହାତରେ ଯାଦୁ ବା ବିଶ୍ୱକର୍ମାଙ୍କ ବରଦାନ ଅଛି ବୋଲି ପ୍ରମାଣ କରିଛନ୍ତି ଦିଲୀପ l ଦିଲୀପଙ୍କ ଶିକ୍ଷାଗତ ଯୋଗ୍ୟତା ଏତେ ଭଲ ନୁହେଁ l ତଥାପି ନିଜର ଜ୍ଞାନ କୌଶଳରେ ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ ଓ ମୋଟର ସାଇକେଲ l ଦିଲୀପଙ୍କ ଘର ମାଲକାନଗିରି ଜିଲ୍ଲାର MV -7ରେ l ପେସାରେ ଦିଲୀପ ଜଣେ ମେକାନିକ l ଲକତାଉନ୍ ସମୟରେ ଦୋକାନ ବଜାର ସବୁ ବନ୍ଦ ଥିଲା l ଏହି ସମୟରେ ଖରାପ ଏକ ମୋଟର ସାଇକଲକୁ କାଡ଼ି ତାର ଇଞ୍ଜିନକୁ ଫିଙ୍ଗି ଦେଇଥିଲେ । ପରେ ସେଠାରେ ସେ ଚାର୍ଜବଲ ବ୍ୟାଟେରି ଖୋଜି ଲଗାଇବା ସହ ଅନ୍ୟ ସରଞ୍ଜାମ ମଧ୍ୟ ବିଭିନ୍ନ ସ୍ଥାନରୁ ଯୋଗାଡ଼ କରି ଲଗାଇଥିଲେ । ଦୀର୍ଘ ଦୁଇ ତିନି ମାସର ଉଦ୍ୟମ ପରେ ସେ ଏକ ସୁସଜ୍ଜିତ ମୋଟର ବାଇକ୍ ତିଆରି କରିଥିଲେ । ଥରେ ଚାର୍ଜ କରାଗଲେ ଏହି ବାଇକ୍ ପ୍ରାୟ ୪୦ କିଲୋମିଟର ପର୍ଯ୍ୟନ୍ତ ଯାଉଛି । ସେହିପରି ସାଇକଲକୁ ଥରେ ଚାରଜିଙ୍ଗ କଲେ ୧୦ କିଲୋମିଟର ପର୍ଯ୍ୟନ୍ତ ଯାଉଥିବା ଦିଲ୍ଲୀପ କୁହନ୍ତି । ଦିଲ୍ଲୀପଙ୍କ ଏହି ଉଦ୍ୟମକୁ ଏବେ ସାରା ଜିଲ୍ଲାରେ ପ୍ରଶଂସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking