32.1 C
Bhubaneswar
Thursday, March 28, 2024
Homeଓଡିଶାସାଢ଼େ ତିନି କିଲୋମିଟର ପାହାଡ଼ ଚଢ଼ି ସଚେତନତା ବାର୍ତା ବାଂଟିଲେ ସ୍ୱେଚ୍ଛାସେବୀ

ସାଢ଼େ ତିନି କିଲୋମିଟର ପାହାଡ଼ ଚଢ଼ି ସଚେତନତା ବାର୍ତା ବାଂଟିଲେ ସ୍ୱେଚ୍ଛାସେବୀ

 
ମାଲକାନଗିରି :  କରୋନା ଭୂତାଣୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ କ୍ଲବ, ଯୁବ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତାମାନେ ଦିନରାତ୍ରି ଏକ କରିଦେଇଛନ୍ତି । ମାଲକାନଗିରି ଜିଲ୍ଲା ଭଳି ପାହାଡ଼ିଆ ଓ ଦୁର୍ଗମ ଅଂଚଳର ବିଭିନ୍ନ ଗ୍ରାମରେ ବହୁ କଷ୍ଟ ସ୍ୱୀକାର କରି ସଚେତନତା କରିବାକୁ ପଡ଼ୁଛି । ଏଭଳି ଏକ ଦୃଶ୍ୟ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳଛି ।
ଜିଲ୍ଲାର ପି.ଏଚ.ଆର.ଏସ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଭାବେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ରାଜେଶ ପଟ୍ଟନାୟକ ଓ ସହକର୍ମି ରୋହିଣୀ ତୁରୁକ ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡ଼ୁମୁଲୁଗୁମ୍ମା ପଂଚାୟତର ଟିକରପଡ଼ା ଗ୍ରାମକୁ ପାହାଡ଼ିଆ ରାସ୍ତାରେ ପ୍ରାୟ ସାଢ଼େ ୩ କିଲୋମିଟର ଚାଲି ଚାଲି ଯାଇ ପହଂଚି ଥିଲେ । ସେଠାରେ କେରାନାର ଭୟାଭୟତା ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ ଏହାର ମୁକାବିଲା ପାଇଁ କିଭଳି ସାବୁନରେ ହାତ ଧୋଇବେ, ମାସ୍କ ବ୍ୟବହାର କରିବେ ଓ ସାମାଜିକ ଦୂରତା ବଜାୟ ରଖିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ଏଥିସହ ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ ଶପଥ ପାଠ କରାଇଥିଲେ । ଏଥିସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ଅବସ୍ଥା ଦେଖି ଆସନ୍ତା ୨୭ ତାରିଖରେ ଡାଲି, ସୁଜି, ଲୁଣ, ତେଲ, ଆଳୁ, ପିଆଜ, ସୋୟାବଡ଼ି, ଚଣା, ଚୂଡ଼ା, ଜିରା, ହଳଦିଗୁଣ୍ଡ ବାଂଟିବାକୁ ନିଷ୍ପତି ଗ୍ରହଣ କରିଥିବା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ତାଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking