ମାଲକାନଗିରି: ପଥର କମ୍ପାନୀ ନିଜ ଗ୍ରାମରେ କରିବାକୁ ନେଇ ଗର୍ଜିଲେ ଗ୍ରାମବାସୀ। ଗତ କିଛିଦିନ ତଳେ ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ ର ଆମାକୁଣ୍ଡ ନିକଟସ୍ଥ ମାଝୀଗୁଡା ଗ୍ରାମରେ ହେବାକୁ ଥିବା ପଥର କମ୍ପାନୀ ଙ୍କୁ ବନ୍ଦ କରିବା ଉଦ୍ଦେଶ୍ୟରେ କିଛି ମନ୍ଦ ପ୍ରକୃତିର ଲୋକ ନିଜ ସ୍ୱାର୍ଥ କୁ ସାଧନ କରିବାକୁ ଯାଇ ଏଭଳି ସମସ୍ୟା ଉପୁଯାଉଥିବା ଗ୍ରାମବାସୀ ଆଜି ଏକ ସଭା କରି ନିଜର ଦାବି ଜଣାଇଛନ୍ତି। ଗ୍ରାମବାସୀ ଙ୍କ କହିବନୁଯାୟୀ ଏହି ପ୍ରକଳ୍ପ ହେଲେ ପର୍ଯ୍ୟଟନ ସ୍ଥଳୀ ଆମ୍ମାକୁଣ୍ଡ ଏବଂ ଏହା ନିକଟରେ ଥିବା ଶୈବ ପୀଠ ପ୍ରାକୃତିକ ପରିବେଶ, ଚାଷ ଜମି ନଷ୍ଟ ହୋଇଯିବ ବୋଲି ମନ ଗଢ଼ା କାହାଣୀ ରଚନା କରି ଅପପ୍ରଚାର କରାଯାଉଛି। ଦାମଲଦେଇ ଯାତ୍ରା ଉପରେ ଏହାର ପ୍ରଭାବ ପଡିବ ବୋଲି ମିଥ୍ୟା ତଥ୍ୟ ପ୍ରଦାନ କରାଯାଉଛି। ବାସ୍ତବିକ ତଥ୍ୟ ହେଉଛି ଆମ୍ମାକୁଣ୍ଡ ପ୍ରସ୍ତାବିତ ଗ୍ରାନାଇଟ ଖନନ ପାହାଡ ଠାରୁ ୩.୫ କିଲୋମିଟର ଦୂରରେ ଅବସ୍ଥିତ। ଯେଉଁଥି ପାଇଁ ଖନନ ପ୍ରକ୍ରିୟା କଲେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ତେବେ କିଛି ମନ୍ଦ ଉଦ୍ଦେଶ୍ୟ ର ଲୋକ ଏହି ପ୍ରକଳ୍ପ ପ୍ରାୟ ୫୦୦ ଏକର ଜାଗା ଉପରେ ପ୍ରତିଷ୍ଠା ହେବ ବୋଲି ମଧ୍ୟ ମିଥ୍ୟା ଅପପ୍ରଚାର କରୁଥିବା କହିଛନ୍ତି। କିନ୍ତୁ ବାସ୍ତବିକ ତଥ୍ୟ ହେଲା ଏହି ପ୍ରକଳ୍ପ ଟି ମାତ୍ର ୨୪ ହେକ୍ଟର ଅଂଚଳ ମଧ୍ୟରେ ସୀମିତ ଯାହା ମାଝୀଗୁଡା ଗ୍ରାମର ମୌଜା ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଗ୍ରାମବାସୀ କହିବା କଥା ଯଦି ଏହି ପଥର କମ୍ପାନୀ ବସେ ତାହେଲେ ଗ୍ରାମର ବେକାରୀ ଯୁବକ ସେଠାରେ କର୍ମନିଯୁକ୍ତି ହୋଇପାରିବେ। ଏବେ ଏହି ଗ୍ରାମ ସମେତ ଆଖପାଖ ଅଞ୍ଚଳର ଲୋକେ କାମ କରିବାକୁ ଆନ୍ଧ୍ର ନିଜ ଘର ପରିବାର କୁ ଛାଡି ଯାଉଛନ୍ତି। ତେଣୁ ଯଦି ଏହି କମ୍ପାନୀ ତାଙ୍କ ଗ୍ରାମରେ ହୁଏ ତାହେଲେ ସେମାନେ ସେଠାରେ କାମ କରି ନିଜ ପରିବାର ପ୍ରତିପୋଷଣ କରିବେ ବୋଲି କହିଛନ୍ତି। ସମ୍ପୃକ୍ତ କମ୍ପାନୀ ଅବହେଳିତ ହୋଇ ପଡିରହିଥିବା ଆମ୍ମାକୁଣ୍ଡ ର ଉନ୍ନତି କରାଯିବ ଏବଂ ଦାମଲଦେଇ ଯାତ୍ରା କୁ ଆହୁରି ବ୍ୟାପକ କରାଯିବା ସହ ଆଖପାଖ ଅଞ୍ଚଳର ପ୍ରାକୃତିକ ପରିବେଶ ର ବିକାଶ କରାଯିବ। ଏହାସହ ଗ୍ରାମର ୨୦୦୦ ବେକାର ଯୁବକ ଙ୍କୁ ନିଯୁକ୍ତି କମ୍ପାନୀ ଦେବ ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ କମ୍ପାନୀ ସେହି ଗ୍ରାମରେ ହେଲେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଯଦି କମ୍ପାନୀ ଏହି ଗ୍ରାମରେ ନ ହୁଏ ତାହେଲେ ଆଗାମୀ ଦିନରେ ଏହି ଗ୍ରାମବାସୀ ନିଜର ହକ ପାଇଁ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଧମକ ଦେଇଛନ୍ତି।