ସରୁନି ପୋଲ କାମ, ନିଜ ଜୀବନକୁ ବାଜିଲଗାଇ ନଦୀ ପାର ହଉଛନ୍ତି ଲୋକେ

ମାଲକାନଗିରି : ବର୍ଷେ କି ଦୁଇ ବର୍ଷ ନୁହେଁ ପାଞ୍ଚ ବର୍ଷ ବିତିଗଲାଣି ମାଲକାନଗିରି ଜିଲ୍ଲାର ପିଟାଗେଟା ବ୍ରିଜ୍ ନିର୍ମାଣ ହୋଇପାରିଲା ନାହିଁ। 60,70 ଗାଁ ଲୋକ ଏହି ସେତୁ ଉପରେ ନିର୍ଭର କରନ୍ତି। ପାର ହେଉଥିବା ଲୋକମାନେ ବର୍ତ୍ତମାନ ଠାରୁ ନିଜ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । 2 ବର୍ଷ ମଧ୍ୟରେ ପିଟାଗେଟା ବ୍ରିଜର ଅପେକ୍ଷା ଗୁରୁଖୁଣ୍ଟା ବ୍ରିଜ୍ ଉନ୍ନତ ହୋଇଥିଲା | ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମସାପାଲି ଗ୍ରାମ ପଞ୍ଚାୟତର ପିଟାଗେଟା ବ୍ରିଜ 5 ବର୍ଷ ମଧ୍ୟରେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନାହିଁ। 3 କୋଟି 47 ଲକ୍ଷ ଟଙ୍କା ବ୍ୟୟରେ 2016-2017 ମସିହାରେ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଚୁକ୍ତିନାମାକୁ ପ୍ରଶାନ୍ତ କୁମାର ସାହୁ କେନ୍ଦୁଝରର ଏକ ଚୁକ୍ତିନାମାରେ ଗ୍ରହଣ କରି ମାଲକାନଗିରି ଜିଲ୍ଲା ନିକଟସ୍ଥ ନୀଲାକାମବେରୁ ଗ୍ରାମର ଚନ୍ଦ୍ର ବେନିଆ ନାମକ ଜଣେ କଣ୍ଟ୍ରାକ୍ଟରଙ୍କୁ ଠିକାରେ ଦେଇ ଦେଇ ଥିଲେ। ପ୍ରାୟ 60,70 ଗାଁର ଲୋକ ନଦୀରେ ଥିବା ଏହି ସେତୁ ଉପରେ ଲୋକ ନିର୍ଭରଶୀଳ ଅଟନ୍ତି | ପ୍ରତିଦିନ ଶହ ଶହ ମୋଟର ସାଇକେଲ ଏବଂଯାତ୍ରୀ ଦେଶୀ ଡଙ୍ଗାରୁ ବିପଦ ନେଇ ଏହି ତାମସା ନଦୀ ପାର ହୁଅନ୍ତି | ଏପଯ୍ୟନ୍ତ ପ୍ରଶାସନ ତରଫରୁ ମଧ୍ୟ୍ୟ ସରକାରୀ ଡ଼ଙ୍ଗା ଯୋଗାଇ ଦିଆଯାଇନାହିଁ | କିନ୍ତୁ ମାଲକାନଗିରି ସହର ପର୍ଯ୍ୟନ୍ତ 45 କିଲୋମିଟର ଦୂରତା ଅଧିକ, ଅର୍ଥାତ୍ 75 କିଲୋମିଟର ଅଧିକ, ଯେଉଁଥିପାଇଁ ଲୋକମାନେ ଅଧିକ ସମୟ ଅତିକ୍ରମ କରିବାକୁ ପଡ଼େ | ଏବଂ ଦଶ ବର୍ଷ ମଧ୍ୟରେ ମଧ୍ୟ ଏହା ତିଆରି ହେବ ନାହିଁ ବୋଲି ଲୋକ କହିଛନ୍ତି । ସରକାରଙ୍କୁ ନିବେଦନ କରୁଛନ୍ତି ଯେ ଯଦି ସେତୁ ଶୀଘ୍ର ପ୍ରସ୍ତୁତ ହୁଏ, ତେବେ ଆମ ଲୋକଙ୍କ ସମସ୍ୟା ଦୂର ହେବ | ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏ ଦିଗରେ କେବେ ଦୃଷ୍ଟି ଦଉଛି |

LEAVE A REPLY

Please enter your comment!
Please enter your name here