26.1 C
Bhubaneswar
Friday, March 29, 2024
Homeଏକ୍ସକ୍ଲୁସିଭ୍ପଦାରେ ପଡିଲା ଦିଦାଇ ଉନ୍ନୟନ ସଂସ୍ଥାର ଦୁର୍ନୀତି

ପଦାରେ ପଡିଲା ଦିଦାଇ ଉନ୍ନୟନ ସଂସ୍ଥାର ଦୁର୍ନୀତି

 

  • ମାଲକାନଗିରି: ଦିଦାଇ ଉନ୍ନୟନ ସଂସ୍ଥା ତରଫରୁ ଆଦିବାସୀ ଚାଷୀମାନଙ୍କ ପାଇଁ ହଳଦୀ ଓ ଅଦା ବିହନ ପ୍ରଦାନ କରାଯାଇଥିଲା। ଯାହାକି ଅତି ନିମ୍ନମାନର। ଏନେଇ ଚାଷୀ ଦିଦାଇ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ଏବଂ ପ୍ରୋଗାମ୍ ମ୍ୟାନେଜରଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି।

ମାଲକାନଗିରି ଜିଲ୍ଲାରେ ବଣ୍ଡା, ଦିଦାଇ, କୋୟା, ପରଜା, ଦୁରୁଆ ଭଳି ଆଦିମ ଜନଜାତି ବସବାସ କରିଆସୁଛନ୍ତି। ଏମାନଙ୍କ ମଧ୍ୟରୁ ବଣ୍ଡା ଏବଂ ଦାଦାଇ ସଂପ୍ରଦାୟ ସବୁଠାରୁ ଅନୁନ୍ନତ ଓ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି। ଏମାନଙ୍କ ପାଇଁ ସରକାର ଖୋଲିଛନ୍ତି ଉନ୍ନୟନ ସଂସ୍ଥା। ଏହି ଦୁଇ ସଂସ୍ଥା ମଧ୍ୟରୁ ଦିଦାଇ ସଂପ୍ରଦାୟର ଲୋକଙ୍କ ବିକାଶ ପାଇଁ ୧୯୮୬ ମସିହାରେ ଦିଦାଇ ଉନ୍ନୟନ ସଂସ୍ଥା ପ୍ରତିଷ୍ଠା ହୋଇଥିଲା। ସଂସ୍ଥା ତରଫରୁ ଏହି ଅଞ୍ଚଳରେ ବାସ କରୁଥିବା ପାଖପାଖି ୬ ହଜାର ପରିବାର ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସହ ସେମାନଙ୍କର ଆର୍ଥିକ ମାନଦଣ୍ଡକୁ ସୁଧାରିବା ଥିଲା ଏହି ସଂସ୍ଥାର କାର୍ଯ୍ୟ। ହେଲେ, ସଂସ୍ଥାରେ ହେଉଥିବା ଦୁର୍ନୀତି ଏବେ ପଦାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ବାରମ୍ବାର ଚାଷୀଙ୍କ ଦାବି ପରେ ଗତ ଜୁନରେ ସେହି ଅଦା ଓ ହଳଦୀ ବିହନ ତରବରିଆ ଭାବେ ଚାଷୀଙ୍କୁ ପ୍ରଦାନ କରାଯାଇଛି। ଜଣେ ଜଣେ ଚାଷୀଙ୍କୁ ଦେଢ଼ ଶହ ଦୁଇ ଶହ କିଲୋ ପର୍ଯ୍ୟନ୍ତ ଅଦା ଓ ହଳଦୀ ବିହନ ଦେବାକୁ ନିୟମ ଥିବା ବେଳେ ଚାଷୀଙ୍କୁ ମିଳୁଥିବା ପରିମାଣରୁ କମ୍ ବିହନ ପ୍ରଦାନ କରିବା ଏବଂ ଅତି ନିମ୍ନମାନର ବିହନ ପ୍ରଦାନ କରା ଯାଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଥାଉକି ସରକାରଙ୍କର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ଏହି ବିହନ ପ୍ରଦାନ କରାଯିବାକୁ ସ୍ଥିର ହୋଇଥିଲା। ନାକାମାମୁଡ଼ି, ନିଲାପାରୀ, କନିଙ୍ଗ,ଶୁଣ୍ଢିଗୁଡ଼ା ଭଳି ଗ୍ରାମର ପ୍ରାୟ ୨୨୦ ଜଣ ଚାଷୀଙ୍କୁ ଅଦା ପ୍ରଦାନ କରାଯିବାର ଥିଲା। ସେହିପରି ବାରଲୁବନ୍ଧ, ଖଜୁରିଗୁଡ଼ା, ଯନ୍ତ୍ରୀ, ଅଣ୍ଡ୍ରାପାଲୀ, ରେଭା, ତାଇମାଲ ଭଳି ଗ୍ରାମରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଚାଷୀଙ୍କୁ ହଳଦୀ ବିହନ ପ୍ରଦାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ କିଛି ଅଳ୍ପ ଚାଷୀଙ୍କୁ ଛାଡ଼ି ଦେଲେ ଅନ୍ୟ ଚାଷୀ ଏବେ ନିମ୍ନମାନର ବିହନ ପାଇ ହଇରାଣ ହେଉଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking