ଆଉଥରେ ନିଜ ମାନବିକତାର ପରିଚୟ ଦେଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ

ମାଲକାନଗିରି  : ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟ ରାଜ୍ୟ ରୁ ଆସିଥିବା ପ୍ରବାସୀ ଭାଇ ଭଉଣୀ ଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଂଚାଇବା ପାଈଁ ଯେଉଁ ଆପଣାର ଭାବନା ଦେଖାଇ ଛନ୍ତି ପ୍ରକୃତରେ ଅନ୍ୟ ସମସ୍ତ ଙ୍କ ପାଈଁ ପ୍ରେରଣା ଦାୟକ ସାଜିଛି ଜିଲ୍ଲା ପ୍ରଶାସନ।
 ବିହାର ର ୩ ଜଣ, ଝାଡ଼ଖଣ୍ଡ ୩୦ ଜଣ ଏବଂ ପଶ୍ଚିମବଙ୍ଗ ର ୩୩ ଜଣକୁ  ସମୁଦାୟ ୬୬ ଜଣ ଙ୍କୁ ଖାଇବା ପିଇବା କୁ ଦେଇ ବସ ବ୍ୟବସ୍ଥା କରି ସମସ୍ତ ପ୍ରବାସୀ ଙ୍କୁ ଶୁଖିଲା ଖାଦ୍ୟ ଯଥା ବିସ୍କୁଟ, ପାରୁଟି, ଥଣ୍ଡା ପାନୀୟ, ଓ ଆର ଏସ, ଫଳ ଏବଂ ସାନିଟାଇଜର ଦେଇ ସସମ୍ମାନ ରେ ଗାଡ଼ି ରେ ବସାଇ ବିଦାୟ କରା ଯାଇଥିଲା।
ଏହି କାର୍ଯ୍ୟ କ୍ରମରେ ଆଗ ଧାଡିର କୋରନା ଯୋଦ୍ଧା ହିସାବରେ ଜିଲ୍ଲାପାଳ ଙ୍କ ପକ୍ଷରୁ ଜିଲା ଗ୍ରାମ୍ୟ ଉର୍ନୟନ ସଂସ୍ଥା ର  ପ୍ରକଳ୍ପ ନିର୍ଦେଶକ ଶ୍ରୀ ବାଳମୁକୁନ୍ଦ ଭୂଇଁଆ, ମାଲକାନଗିରି ତହସିଲଦାର ଡକ୍ଟର ଗୁଣନିଧି ନାୟକ, ଟାଉନ୍ ଥାନା ଅଧିକାରୀ ଶ୍ରୀ ରାମ ପ୍ରସାଦ ନାଗ, ସହଯୋଗୀ କଲେକ୍ଟର୍ ଏବଂ    ଲେବର ଅଫିସର ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଟାଟା ଏବଂ ନମସ୍କାର କରି  ବିଦାୟ ଦେଇଛନ୍ତି।
ଶେଷରେ ସମସ୍ତ ପ୍ରବାସୀ ଭାବଭିଭୋଳ ହୋଇ ଓଡିଶା ସରକାର ଏବଂ ମାଲକାନଗିରି ପ୍ରଶାସନ ଜିଂଦାବାଦ ଜିଂଦାବାଦ କହି ଧନ୍ୟବାଦ ଜଣାଇଥିଲେ।