38.8 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟ ସରକାର କୋବିଦ୍-୧୯ ର ନୋଡାଲ ଅଫିସର ଙ୍କ ଅଚାନକ ମାଲକାନଗିରି ସୀମାନ୍ତ ଅଂଚଳ ପରିଦର୍ଶନ

ରାଜ୍ୟ ସରକାର କୋବିଦ୍-୧୯ ର ନୋଡାଲ ଅଫିସର ଙ୍କ ଅଚାନକ ମାଲକାନଗିରି ସୀମାନ୍ତ ଅଂଚଳ ପରିଦର୍ଶନ

 
ମାଲକାନଗିରି : ଜିଲ୍ଲା  ପାଇଁ ନିଯୁକ୍ତ କୋଭିଡ-୧୯ର ରାଜ୍ୟ ନୋଡାଲ ଅଫିସର ମହମଦ ରସିଦ ଖାନ ଆଜି ମାଲକାନଗିରି ରେ ପହଂଚି ମୋଟୁ ସୀମାନ୍ତ ପ୍ରବେଶ ପଥ କୁ ପରିଦର୍ଶନ କରିଥିଲେ। ମାଲକାନଗିରି ସୀମାରେ ଆମ୍ବୁଲାନ୍ସରେ ଆସିଥିବା ଶବକୁ ନଛାଡିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଥିଲା ।
ଏଇ ରାସ୍ତା ଦେଇ ଫେରୁଥିବା ସମସ୍ତ ପ୍ରବାସୀ ଶ୍ରମିକ ଭାଇ ଓ ଭଉଣୀ ଙ୍କ ସହିତ ମିଶି ସେମାନଙ୍କର ଖାଇବା ଏବଂ ରହିବା କଥା ପଚାରି ବୁଝୀ ଥିଲେ।
ରୋଷେଇ କରି ଦେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନକ ଙ୍କୁ କହୁଥିଲେ ଯେମିତି ଜଣେ ହେଲେ ବି ପ୍ରବାସୀ ବିନା ଖାଦ୍ୟ ରେ ନ ଯାନ୍ତି ସେଇଥି ପାଇଁ ଦୃଷ୍ଟି ଦେବ।
ନିଯୁକ୍ତ ହୋଇଥିବା ପୋଲିସ, ସ୍ବାସ୍ଥ୍ୟ, ପରିବହନ ଏବଂ ସମସ୍ତ ବିଭାଗ ର କର୍ମଚାରି ମାନଙ୍କର ସହିତ ବିଶଦ ଆଲୋଚନା କରିବା ସହିତ ପଞ୍ଜିକରଣ ଏବଂ ପରିବହନ କାର୍ଯ୍ୟ କୁ ନିରୀକ୍ଷଣ କରିଥିଲେ ।,

ଏହି ସମୟରେ ଜିଲା ଗ୍ରାମ୍ୟ ଉର୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଶ୍ରୀ ବାଳମୁକୁନ୍ଦ ଭୂଇଁଆ ଏବଂ ମୋଟୁ ତହସିଲଦାର, କାଲିମେଳା ତହସିଲଦାର, କାଲିମେଳା ଗୋଷ୍ଠି ଉର୍ନୟନ ଅଧିକାରୀ ସମସ୍ତ ପ୍ରଶାସନିକ କର୍ମଚାରୀ ଙ୍କୁ କହିଥିଲେ ସବୁ ଜିଲ୍ଲା ର ଅଧିକାରୀ ଙ୍କର ସହିତ ଯୋଗାଯୋଗ କରି ଯାନବାହାନ ର ସୁବ୍ୟବସ୍ଥା ସହିତ ଯେଉଁମାନେ ଆମ ରାଜ୍ୟରୁ ଅନ୍ୟ ରାଜ୍ୟ କୁ ଫେରୁଛନ୍ତି ସେମାନଂକ ପାଈଁ ତୁରନ୍ତ ପାସ ଆଦି କରିବାକୁ ପରାମର୍ସ ଦେଇଥିଲେ।
ସ୍ୱଚ୍ଛତା ସାଥୀ ଙ୍କୁ ସମସ୍ତେ ମିଶି ପୋଷାକ ଦେଇ ସଂମାନ କରିବା ସହିତ ନିଷ୍ଠାପର ସେବା ପାଈଁ ସାଧୁ ବାଦ ଜଣାଇଥିଲେ।
ଶେଷରେ 81 ନମ୍ବର ଗ୍ରାମ ସ୍ଥିତ ସରକାର ଙ୍କ ଦ୍ଵାରା ସ୍ଥାପିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର  ସଙ୍ଗରୋଧ କେନ୍ଦ୍ର କୁ ପରିଦର୍ଶନ କରି ଖୁସି ହେବା ସହିତ, ଯେଉଁମାନେ ଅମାନ୍ୟ ହୋଇ ନଦୀ ପାର ହୋଇ ଆସୁଛନ୍ତି ସେମାନଙ୍କୁ ଏଠାକୁ ଆଣି ସାମାଜିକ ଦୂରତା କୁ ବଜାଇ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking