40.1 C
Bhubaneswar
Wednesday, April 24, 2024
Homeଓଡିଶାଶ୍ରମିକଙ୍କ ବିପଦପୂର୍ଣ୍ଣ ଘର ବାହୁଡା,ଚେନ୍ନାଇରୁ କଳାହାଣ୍ଡି ଅଭିମୁଖେ ସାଇକେଲରେ ବାହାରିଲେ 9 ଶ୍ରମିକ।

ଶ୍ରମିକଙ୍କ ବିପଦପୂର୍ଣ୍ଣ ଘର ବାହୁଡା,ଚେନ୍ନାଇରୁ କଳାହାଣ୍ଡି ଅଭିମୁଖେ ସାଇକେଲରେ ବାହାରିଲେ 9 ଶ୍ରମିକ।

ମାଲକାନଗିରି(ପ୍ରଭାତ ସାହା) : ଆମେ ଶ୍ରମିକ, ଆମେ କାମରେ ଥାଉ, ଆମେ ମାନୁନା ବର୍ଷା, ଖରା, ତାତିl ଏହାକୁ ଆଜି ସତ ପ୍ରମାଣ କରି ଦେଇ ଛନ୍ତି କଳାହାଣ୍ଡି କିଛି ଶ୍ରମିକ ଭାଇ ସତରେ ବର୍ଷା ଖରା କୁ ଭି ଖାତିର ନକରି ନିଜ ଘରକୁ ଯିବା ବାହାରି ଛନ୍ତି କିନ୍ତୁ କୋଭିଡ -19 ରାସ୍ତା ର କଣ୍ଟା ହେଇଛି ଶ୍ରମିକଙ୍କ l  ଥମୁନି ଶ୍ରମିକଙ୍କ ବିପଦପୂର୍ଣ୍ଣ ଘର ବାହୁଡା । ଚେନ୍ନାଇରୁ କଳାହାଣ୍ଡି ଅଭିମୁଖେ ସାଇକେଲରେ ବାହାରିଛନ୍ତି 9 ଶ୍ରମିକ । ଚେନ୍ନାଇ ସେଣ୍ଟ୍ରାଲ୍ ଠାରୁ କଳାହାଣ୍ଡି ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ବଡପଦର ଗାଁ ର ଦୂରତା ପ୍ରାୟ ୧୨ ଶହ କିଲୋମିଟର । ତେବେ ଗତ 25 ତାରିଖ ଶନିବାର ଦିନ ନୂଆ ସାଇକେଲ ଧରି ଚେନ୍ନାଇ ଠାରୁ ଯାତ୍ରା ଆରମ୍ଭ କରି ଥିବା ବେଳେ ଗତ କାଲି ରାତି ରେ 818 କିଲୋମିଟର ଯାତ୍ରା ସାରି ମାଲକାନଗିରି ମୋଟୁ ପହଁଚି ଥିଲେ ଏହି 9 ଜଣ ଶ୍ରମିକ । ଆଜି ସକାଳ 3 ଟାରୁ ମୋଟୁ ରୁ ସାଇକେଲ ଯୋଗେ ଯାତ୍ରା ଆରମ୍ଭ କରି ଏବେ ସେମାନେ କାଲିମେଳା ବ୍ଲକ ଏମଭି 126 ଗ୍ରାମରେ ପହଂଚି ରାସ୍ତା କଢ଼ ଜଙ୍ଗଲରେ ବିଶ୍ରାମ କରୁଛନ୍ତି। ସେମାନେ ଯେମିତି ହେଲେ ବି ନିଜ ଜିଲ୍ଲା ରେ ଯାଇ ସେଠାରେ ଥିବା କ୍ୟୁରାଣ୍ଟଟାଇନ୍ ଗୃହରେ ରହିବେ ବୋଲି ଅନୁରୋଧ କରିଛନ୍ତି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking