39.2 C
Bhubaneswar
Thursday, April 18, 2024
Homeଓଡିଶାହୃଦୟ ବିଦାରକ : ପିପିଇ କିଟ ପିନ୍ଧି ମୃତ ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ କରୋନା...

ହୃଦୟ ବିଦାରକ : ପିପିଇ କିଟ ପିନ୍ଧି ମୃତ ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ କରୋନା ଆକ୍ରାନ୍ତ ନ ଥିଲେ ବି ପାଖ ମାଡ଼ିଲେନି ଆତ୍ମୀୟ

ମାଥିଲି, – କୋଭିଡ୍‌-୧୯ ମହାମାରୀ ସମୟରେ ଜଣେ ସରକାରୀ କର୍ମଚାରୀଙ୍କ ମରଶରୀରକୁ ମୁଖାଗ୍ନି ଦେଇଛନ୍ତି ତାଙ୍କର ପତ୍ନୀ ସ୍ତ୍ରୀ। ପାଖକୁ କେହି ସଂପର୍କୀୟ କିମ୍ବା ଆତ୍ମୀୟ ନ ଆସିବାରୁ ବାଧ୍ୟ ହୋଇ ମୁଖାଗ୍ନି ଦେଲେ ପତ୍ନୀ। ଯଦିଓ ମୃତକ କରୋନା ଆକ୍ରାନ୍ତ ନ ଥିଲେ ତଥାପି କେହି ପାଖକୁ ଆସି ଶବସତ୍କାରରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରି ନଥିଲେ। କୋଭିଡ-୧୯ ଗାଇଡଲାଇନ୍‌କୁ ପାଳନ କରି ପ୍ରଶାସନିକ ଅଧିକାରୀଙ୍କୁ ଉପସ୍ଥିତିରେ ସ୍ୱାମୀହରା ସ୍ତ୍ରୀ ପୁଷ୍ପା ନାୟକ ପିପିଇ କିଟ୍‌ ପିନ୍ଧି ମୁଖାଗ୍ନି ଦେଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲ୍ଲୀ ଗାଁରେ ଆଜି ପୂର୍ବାହ୍ନରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ମାନ୍ଦାପାଲ୍ଲୀ ଗାଁର କୃଷ୍ଣ ନାୟକଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଚିକିତ୍ସା ପ୍ରଥମେ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ନିଆଯାଇଥିଲା। ସେଠାରେ କରୋନା ଟେଷ୍ଟ କରାଯିବାରୁ ତାଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ କୃଷ୍ଣ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଡାକ୍ତର ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥାନାନ୍ତରଣ କରିଥିଲେ। ମାତ୍ର ଏକ ଆମ୍ବୁଲାନ୍‌ସରେ ବିଶାଖାପାଟଣା ଯିବା ସମୟରେ ଅଧରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଫଳରେ କୃଷ୍ଣଙ୍କୁ ଘରକୁ ଆଣାଯାଇଥିଲା।
ବର୍ତ୍ତମାନ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ବ୍ୟାପିଚାଲିଥିବାରୁ ସତର୍କତା ଦୃଷ୍ଟିରୁ ଗୋଷ୍ଠୀ ସଂକ୍ରମଣକୁ ଏଡେଇବା ପାଇଁ କୋଭିଡ-୧୯ ଗାଇଡ଼ଲାଇନ ମାନି ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା। ତାଙ୍କ ସ୍ତ୍ରୀ ମରଶରୀରରେ ମୁଖାଗ୍ନି ଦେଇଥିଲେ। ଅନ୍ତ୍ୟୋଷ୍ଟିକ୍ରିୟାରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ବ୍ଲକ ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ସହ ଶିକ୍ଷକ ବନ୍ଧୁମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ, କୃଷ୍ଣ ନାୟକ କୋରାପୁଟ ଜିଲ୍ଲା ଜୟପୁରରେ ରହୁଥିଲେ। ସେ ବୋରିଗୁମା ଓ ଲମତାପୁଟ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ସୂଚନା ମିଳିଛି। ନିକଟରେ ସେ ଅସୁସ୍ଥ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ୪ଜଣ ଝିଅ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking