26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ଜଣେ କିରାଣୀଙ୍କ କେଳେଙ୍କାରୀ ଦୁର୍ନୀତି

ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ଜଣେ କିରାଣୀଙ୍କ କେଳେଙ୍କାରୀ ଦୁର୍ନୀତି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଖାଇରପୁଟ ବ୍ଲକର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ପୃକ୍ତ କିରାଣୀଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଓ ତାଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବନ କରିବା ନିମନ୍ତେ ଖାଇରପୁଟ BEO ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ଖାଇରପୁଟ ବ୍ଲକ ଶିକ୍ଷକ  ସଂଘର ସଭାପତି ପଙ୍କଜ ମହାନ୍ତି ଓ ସମ୍ପାଦକ ମନୋଜ ନାୟକ । ସମ୍ପୃକ୍ତ କିରାଣୀ ଙ୍କୁ  ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ନିଲମ୍ବନ କିମ୍ବା ବଦଳି କରା ନ ଗଲେ ଆଗାମୀ ଦିନରେ ଖାଇରପୁଟ BEO ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଧାରଣା ରେ ବସିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ରଞ୍ଜିତ ନାୟକ।
ସୂଚନା ଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାର ଖାଇରପୁଟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଥିବା ନଜରକୁ ଆସିଛି ।ବହୁ ଦିନ ପରେ ଏ ନେଇ ଶିକ୍ଷକ ସଂଘ ମୁହଁ ଖୋଲିବା ସହ ଖାଇରପୁଟ ବ୍ଲକ ସଭାପତି ପଙ୍କଜ ମହାନ୍ତି ଓ ସମ୍ପାଦକ ମନୋଜ ନାୟକ  ବ୍ଲକର ବହୁ ଶିକ୍ଷକଙ୍କ ଦସ୍ତଖତ ଥିବା ଏକ ଲିଖିତ ସ୍ମାରକ ପତ୍ର  ଖାଇରପୁଟ BEO ଓ ମାଲକାନଗିରିର DEO ଙ୍କୁ ପ୍ରଦାନ କରିଛନ୍ତି ।ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଶିକ୍ଷା ବିଭାଗରେ କାର୍ଯ୍ୟରତ ଥିବା  କିଛି ବରିଷ୍ଠ ଓ କନିଷ୍ଠ କିରାଣୀ, ଶିକ୍ଷକ ମାନଙ୍କୁ ଜୁଲୁମ କରିବା ସହ ଉଚିତ ବ୍ୟବହାର କରୁ ନାହାନ୍ତି  ।ଏଥି ସହିତ 16 ଜଣ ଶିକ୍ଷକଙ୍କ ଏ ପର୍ଯ୍ୟନ୍ତ ଏ ସି ପି କ୍ଲିୟରାନ୍ସ ହୋଇନାହିଁ । ଏଥି ପାଇଁ ଜଣକା ଦୁଇ ରୁ ପାଞ୍ଚ ହଜାର ଟଙ୍କା ଦାବୀ କରାଯାଉଛି । ଟଙ୍କା ନ ଦେଲେ ବର୍ଷ ବର୍ଷ ଧରି ଫାଇଲ ରେ ହାତ ମରା ଯାଉନି ।ସର୍ଭିସ ସାର୍ଟିଫିକେଟ ରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ସଂଯୋଗ କରିବା ପାଇଁ ପାଞ୍ଚ ଶହ ଟଙ୍କା ଓ GPF ରୁ ଟଙ୍କା ଉଠାଇବା ବେଳକୁ ଏକ ହଜାର ଟଙ୍କା ଏବଂ ଅବସର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କର କାଗଜ ପତ୍ର ଓ ପେନସନ କରାଇବା ପାଇଁ ପାଞ୍ଚ ହଜାରରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଛନ୍ତି ବୋଲି ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି । ସରକାରଙ୍କ ନିୟମକୁ ନ ମାନି  ଅଧିକାରୀଙ୍କ ନଜର କୁ ନ ଆସି ଖୁଲମ୍ ଖୁଲା ଲାଞ୍ଚ କାରବାର ଏଠାରେ ସାହସିକତାର ସହ ଚାଲାଇଛନ୍ତି  ଖାଇରପୁଟ BEO ଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣୀ ସୁଧାଂଶୁ ରାୟ।  ନୋ ନୋଟ ନୋ ୱାର୍କ ବୋଲି କହିଥିବା କିଛି ଶିକ୍ଷକ କହିଛନ୍ତି । ତେଣୁ ଶ୍ରୀ ରାୟ ବରିଷ୍ଠ କିରାଣୀଙ୍କ ନାମରେ ଶିକ୍ଷକ ସଂଘ ଆଣିଛି ସଙ୍ଗୀନ ଅଭିଯୋଗ ।

ତେବେ ଜିଲ୍ଳା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହି ଘଟଣାର ଉଚ ସ୍ତରୀୟ ତଦନ୍ତ କରି ସମୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷକ ସଂଘ ପକ୍ଷରୁ ଦାବୀ କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଏକ ବଡ ଧରଣର  ଆନ୍ଦୋଳନ କରାଯିବ ବୋଲି  ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking