27.1 C
Bhubaneswar
Thursday, April 25, 2024
Homeଓଡିଶାଲଗାଣ ବର୍ଷାରେ ବେହାଲ ମାଲକାନଗିରି: ବ୍ରିଜ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି, ଯାତାୟାତ ଠପ୍

ଲଗାଣ ବର୍ଷାରେ ବେହାଲ ମାଲକାନଗିରି: ବ୍ରିଜ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି, ଯାତାୟାତ ଠପ୍

ମାଲାକାନଗିରି: ମାଲାକାନଗିରି ଜିଲ୍ଲାରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବିଭିନ୍ନ ସ୍ଥାନରେ ପୋଲ ଉପରେ ଜଳ ପ୍ରବାହ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅତ୍ୟଧିକ ବର୍ଷା ଯୋଗୁ ପୂର୍ବରୁ ମାଲକାନଗିରିରୁ ଛତିଶଗଡ଼ର ସୁକୁମା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ବର୍ତ୍ତମାନ ମାଲାକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ବ୍ରିଜ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ବନ୍ୟା ପାଣିରେ ପୋଲ ବୁଡି ଯାଇ ବ୍ରିଜ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ଏହି ରାସ୍ତାରେ ଯାତାୟାତ ବନ୍ଦ ରହିଛି। ବ୍ରିଜର ଉଭୟ ପାର୍ଶ୍ଵରେ ଶତାଧିକା ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି। ସେହିପରି ଜିଲ୍ଲାର ଅନ୍ୟ ତଳୁଆ ଅଞ୍ଚଳରେ ମଧ୍ୟ ଜଳ ସ୍ତର ବୃଦ୍ଧି ହେବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking