28.1 C
Bhubaneswar
Thursday, March 28, 2024
Homeଖେଳକ୍ରିକେଟ୍‌ରୁ ମାଲିଙ୍ଗାଙ୍କ ସନ୍ନ୍ୟାସ

କ୍ରିକେଟ୍‌ରୁ ମାଲିଙ୍ଗାଙ୍କ ସନ୍ନ୍ୟାସ

କଲମ୍ବୋ: ଶ୍ରୀଲଙ୍କାର ମହାନ୍ ବୋଲର୍ ଲାସିଥ୍ ମାଲିଙ୍ଗା କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ୨୦୧୧ରେ ଟେଷ୍ଟ ୨୦୧୯ରେ ଦିନିକିଆ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ମାଲିଙ୍ଗା ଚଳିତ ବର୍ଷ ପ୍ରାରମ୍ଭରେ ଫ୍ରାଞ୍ଚାଇଜି କ୍ରିକେଟ୍‌କୁ ମଧ୍ୟ ଅଲ୍‌ବିଦା କରିଥିଲେ । ଆଗାମୀ ଟି-୨୦ ୱାର୍ଲ୍ଡ କପ୍ ଟିମ୍‌ରେ ସ୍ଥାନ ପାଇବା ଆଶାରେ ଥିବା ମାଲିଙ୍ଗା ନିରାଶ ହେବାପରେ ଏହି ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଫଳରେ ୩୮ ବର୍ଷୀୟ ଏହି ଫାଷ୍ଟ ବୋଲର୍‌ଙ୍କ ୧୭ ବର୍ଷର କ୍ରିକେଟ୍ କ୍ୟାରିୟର୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏହି ଘୋଷଣା ମାଲିଙ୍ଗା ନିଜର ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ ମାଧ୍ୟମରେ କରିଛନ୍ତି । ଏହି ଭିଡିଓରେ ସେ ନିଜର କେତେକ ବିଶେଷ ମୁହୂର୍ତ୍ତକୁ ଶେୟାର୍ କରିଛନ୍ତି । ଭିଡିଓରେ ସେ ଲେଖିଛନ୍ତି, ‘ଟି-୨୦ କ୍ରିକେଟ୍ ଛାଡ଼ୁଛି ଏବଂ ସମସ୍ତ ଫମାଟ୍‌ରୁ ସନ୍ନ୍ୟାସ ଘୋଷଣା କରୁଛି ।

ମୋର ଏହି ଯାତ୍ରାରେ ସାଥ୍ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଏବଂ ଆଗାମୀ ବର୍ଷରେ ଯୁବ କ୍ରିକେଟର୍‌ଙ୍କ ସହ ମୋ ଅଭିଜ୍ଞତା ଶେୟାର୍ କରିବାକୁ ମୁଁ ଇଚ୍ଛୁକ ।’ ନିଜ ୟୁଟ୍ୟୁବ୍ ଚାନେଲ୍‌ରେ ଅନ୍ୟ ଏକ ଭିଡିଓ ପୋଷ୍ଟ କରି ମାଲିଙ୍ଗା କହିଛନ୍ତି, ‘ଗତ ୧୭ ବର୍ଷ ଧରି ମୁଁ ଯେଉଁ ଅଭିଜ୍ଞତା ହାସଲ କରିଥିଲି ତାର ଏବେ ଆଉ ପଡ଼ିଆରେ କୌଣସି ଆବଶ୍ୟକତା ନାହିଁ । କାରଣ ମୁଁ କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ସନ୍ନ୍ୟାସ ପାଇଁ ଟି-୨୦ କ୍ରିକେଟ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ଏବେ ମୋ ଜୋତାକୁ ଆରାମ ମିଳିବ, ତେବେ କ୍ରିକେଟ୍ ପ୍ରତି ମୋ ଭଲପାଇବା ଆରାମ କେବେ ବି ଆରାମ କରିପାରିବ ନାହିଁ ।’ ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ୩୦ଟି ଟେଷ୍ଟ, ୨୨୬ଟି ଦିନିକିଆ ଓ ୮୪ ଟି-୨୦ ମ୍ୟାଚ୍ ଖେଳି ମୋଟ ୫୪୬ ୱିକେଟ୍ ନେଇଛନ୍ତି । ଏହା ମଧ୍ୟରେ ଟେଷ୍ଟରେ ୧୦୧, ଦିନିକିଆରେ ୩୩୮ ଓ ଟି-୨୦ରେ ୧୦୭ଟି ୱିକେଟ୍ ତାଙ୍କ ନାମରେ ରହିଛି । ଅନ୍ୟପକ୍ଷରେ ଟି-୨୦ରେ ମାଲିଙ୍ଗାଙ୍କ ନାମରେ ସର୍ବାଧିକ ୱିକେଟ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking