29.1 C
Bhubaneswar
Wednesday, April 24, 2024
Homeଓଡିଶାମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଅନୁଗୋଳ: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ବଅଁରପାଳ ହାଟ ନିକଟରେ । ନାଲକୋର ଏକ ଟ୍ରେନ ଲାଇନଚ୍ୟୁତ ହୋଇଯାଇଥିବା ଜଣାପଡ଼ିଛି । ଦାମନଯୋଡିରୁ ନାଲକୋ ସ୍ମେଲଟର ପ୍ଲାଣ୍ଟକୁ ଆଲୁମିନିୟମ ଆଣୁଥିବା ବେଳେ ବଅଁରପାଳ ହାଟ ନିକଟରେ ଏହି ଅଘଟଣ ହୋଇଥିବା ଜଣାପଡିଛି । ଟ୍ରେନର ଇଞ୍ଜିନ ସହିତ ପ୍ରାୟ ୩ଟି ମାଲବାହୀ ବଗି ରେଳ ଧାରଣାରୁ ଖସିଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ନାଲକୋ ରେଳ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଟ୍ରେନକୁ ରେଳ ଧାରଣାକୁ ଆଣିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି ।
https://onakhabar.com/2019/12/11/fire-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking