37.2 C
Bhubaneswar
Friday, April 19, 2024
Homeଓଡିଶାରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ

ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ

ଭୁବନେଶ୍ୱର: ଅନେକ କଳ୍ପନା ଜଳ୍ପନା ପରେ ଶେଷରେ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ । ଏନେଇ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ବର୍ତମାନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ତେବେ ପୁରୀ ଗ୍ରୀନ ଜୋନରେ ଆସୁଥିବାରୁ ରଥ ନିର୍ମାଣ ଏବେ କରାଯାଇପାରିବ ବୋଲି ସୂଚନା ମିଳିଛି । ଗ୍ରୀନ ଜୋନରେ ଶ୍ରମିକ କାର୍ଯ୍ୟ ପାଇଁ ଅନୁମତି ମିଳିଛି । ରଥ ଶ୍ରମ ଭିତ୍ତିକ କାର୍ଯ୍ୟ ହୋଇଥିବାରୁ ନିର୍ମାଣ କରାଯାଇପାରିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ଯେ, “ରଥ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ । ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ନୀତି ବିଧି ମୁତାବକ ପାଳନ ହୋଇଛି । ଏଯାଏଁ କିନ୍ତୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି । ଆମେ ନୂଆ ଗାଇଡ ଲାଇନକୁ ଅପେକ୍ଷା କରିଥିଲୁ । ନୂତନ ଗାଇଡ ଲାଇନ ଅନୁସାରେ, ରଥ ନିର୍ମାଣ ପାଇଁ ସମ୍ମତି ମିଳିଛି । କୌଣସି ଧର୍ମୀୟ କାର୍ଯ୍ୟକ୍ରମକୁ ଗାଇଡ ଲାଇନରେ ବାରଣ ରହିଛି । ରଥ ନିର୍ମାଣ ଏକ ନିର୍ମାଣ କାର୍ଯ୍ୟ, ଧର୍ମୀୟ କାର୍ଯ୍ୟ ନୁହେଁ । ଏହି ଦୃଷ୍ଟିରୁ ରଥ ନିର୍ମାଣ କାମ ଆରମ୍ଭ ପାଇଁ ନିବେଦନ କରାଗଲା । ରାଜ୍ୟ ସରକାରଙ୍କୁ ଆବେଦନ ହେଲା, ସରକାର ନିଷ୍ପତ୍ତି ନେବେ । ଆଶା, କାଲି ମଧ୍ୟରେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ । ତେବେ ଆଜିର ବୈଠକରେ ରଥଯାତ୍ରାକୁ ନେଇ କୌଣସି ପ୍ରକାର ଆଲୋଚନା ହୋଇନାହିଁ । ମେ ୧୭ ତାରିଖ ପରେ ନୂଆ ଗାଇଡ ଲାଇନ ଆସିଲେ ସେନେଇ ଆଲୋଚନା ହେବ । ଆଉ ଥରେ ବୈଠକ ବସି ସ୍ନାନ ଯାତ୍ରା, ରଥଯାତ୍ରା ସଂପର୍କରେ ଆଲୋଚନା କରାଯିବ” ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking