30.1 C
Bhubaneswar
Wednesday, April 24, 2024
Homeଓଡିଶାପୁରାଣ ଅନୁସାରେ ମକର ସଂକ୍ରାନ୍ତି ଦିନ କ’ଣ କଲେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ,...

ପୁରାଣ ଅନୁସାରେ ମକର ସଂକ୍ରାନ୍ତି ଦିନ କ’ଣ କଲେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ, ଆସନ୍ତୁ ଜାଣିବା…

ଭୁବନେଶ୍ୱର : ସ୍ନେହ, ଶ୍ରଦ୍ଧା ଓ ବନ୍ଧୁତ୍ୱର ଏକ ମଧୁର ଓ ସ୍ୱତନ୍ତ୍ର ତଥା ପବିତ୍ର ପର୍ବ ହେଉଛି ମକର ସଂକ୍ରାନ୍ତି । ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ଗତି ପରିବର୍ତ୍ତନ ପ୍ରତ୍ୟେକ ରାଶିକୁ ହୋଇଥାଏ । ଏଣୁ ରାଶି ଅନୁଯାୟୀ ସଂକ୍ରାନ୍ତିର ନାମକରଣ ହୋଇଥାଏ । ସୂର୍ଯ୍ୟ ଉତ୍ତରାୟଣ ଗତିରେ ମକର ରାଶିରେ ପ୍ରବେଶ କରନ୍ତି । ଏଥିପାଇଁ ଏହି ସଂକ୍ରାନ୍ତିକୁ ମକର ସଂକ୍ରାନ୍ତି କୁହନ୍ତି । ଏହାବ୍ୟତୀତ ଏହିଦିନକୁ ଦେବଦାନ ପର୍ବ ମଧ୍ୟ କୁହାଯାଏ । ଏଥିପାଇଁ ଏହି ସଂକ୍ରାନ୍ତି ଅନ୍ୟ ସଂକ୍ରାନ୍ତିଠୁ ଅନ୍ୟତମ ଓ ଗୁୁରୁତ୍ୱପୂର୍ଣ୍ଣ । ପୁରାଣ ଅନୁସାରେ ମକର ସଂକ୍ରାନ୍ତି ହେଉଛି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଗଣେଶ, ଆଦ୍ୟଶକ୍ତି ତଥା ସକଳଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଆରଧାନା ଓ ଉପାସନାର ପର୍ବ । ମକର ସଂକ୍ରାନ୍ତି ପର୍ବ ତନ-ମନ-ଆତ୍ମାକୁ ଶକ୍ତି ପ୍ରଦାନ କରିଥାଏ । ଏହାର ପ୍ରଭାବରେ ପ୍ରାଣୀର ଆତ୍ମା ଶୁଦ୍ଧ ହୋଇଥାଏ । ସଂକଳ୍ପର ଶକ୍ତି ବଢ଼ିଥାଏ । ଜ୍ଞାନ ବିକାଶ ହୋଇଥାଏ । ତେବେ ଏବେ ଆସନ୍ତୁ ଜାଣିବା ପୁରାଣ ଅନୁଯାୟୀ ମକର ସଂକ୍ରାନ୍ତି ଦିନ କ’ଣ ହୋଇଥିଲା, ସେହି ଅନୁଯାୟୀ କ’ଣ କଲେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ ।
୧. ପୁରାଣାନୁସାରେ ସୂର୍ଯ୍ୟଦେବ ତାଙ୍କ ପୁତ୍ର ଶନିଙ୍କ ରାଶିରେ ପ୍ରବେଶ କରନ୍ତି । ମକର ରାଶିର ସ୍ୱାମୀ ଶନି ଦେବ । ଏହିଦିନ ସୂର୍ଯ୍ୟଦେବ ନିଜ ପୁତ୍ର ଶନିଙ୍କ ପାଖକୁ ଯାଇଥାନ୍ତି । ଏଥିପାଇଁ ଏହିଦିନକୁ ପିତାପୁତ୍ରଙ୍କ ମିଳନ ଦିନ ଭାବେ ମନାଯାଏ । ଏହିଦିନ ପୁତ୍ର ପିତାଙ୍କୁ ତିଳକ ଲଗାଇ ସ୍ୱାଗତ କରିବାର ପରମ୍ପରା ମଧ୍ୟ ରହିଛି । ଏଣୁ ଏହିଦିନ ପିତୃ ଶ୍ରେଣୀୟ ଲୋକଙ୍କୁ ସମ୍ମାନ ଦେଲେ ପିତୃ ଋଣରୁ ମୁକ୍ତି ମିଳିବ ।
୨. ଭଗବାନ ବିଷ୍ଣୁ ସମସ୍ତ ଅସୁରଙ୍କୁ ବଧ କରି ସେମାନଙ୍କ ମସ୍ତକକୁ ମନ୍ଦାର ପର୍ବତରେ ପୋତି ଦେଇ ଏହିଦିନ ଯୁଦ୍ଧ ସମାପ୍ତି ଘୋଷଣା କରିଥିଲେ । ସେଥିପାଇଁ ମକରସଂକ୍ରାନ୍ତିକୁ ସମସ୍ତ କୁକର୍ମ ଉପରେ ବିଜୟ ପ୍ରାପ୍ତି ପର୍ବ ଭାବରେ ପାଳନ କରାଯାଏ । ଏହିଦିନ ଭଗବାନ ବିଷ୍ଣୁଙ୍କୁ ଆରୋଧନା କଲେ ପାପରୁ ମୁକ୍ତି ମିଳିବ ।
୩. ପୁରାଣାନୁସାରେ ରାଜା ଭଗିରଥୀଙ୍କ କଠୋର ତର୍ପଣ ସ୍ୱୀକାର କରି ଗଙ୍ଗାଦେବୀ ମକରସଂକ୍ରାନ୍ତି ଦିନ ଧରିତ୍ରୀ ଆସି ସମୁଦ୍ରରେ ମିଶିଥିଲେ । ସେଥିପାଇଁ ଏହିଦିନ ଗଙ୍ଗାସାଗର ମେଳା ପାଳନ ହୁଏ । ଏହିଦିନ ଗଙ୍ଗାରେ ସ୍ନାନ କଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳେ ।
୪. ବିଷ୍ଣୁ ଧର୍ମଶାସ୍ତ୍ରାନୁସାରେ ପିତୃଦେବଙ୍କ ଆତ୍ମାଶାନ୍ତି ପାଇଁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ତଥା ସର୍ବକଲ୍ୟାଣ ପାଇଁ ରାଶି ଏକ ପ୍ରୟୋଗ ପୁଣ୍ୟାତ୍ମକ ଏବଂ ଫଳଦାୟକ ବୀଜ । ସେଥିପାଇଁ ଏହିଦିନ ରାଶିତେଲ ଶରୀରରେ ଲଗାଇବା, ରାଶି ମିଶ୍ରିତ ଜଳରେ ସ୍ନାନ କରିବା, ରାଶି ଦାନ କରିବା ଏବଂ ରାଶିରେ ପ୍ରସ୍ତୁତ ଖାଦ୍ୟ ଖାଇବା ଅତ୍ୟନ୍ତ ଶୁଭଦାୟକ ।
୫. ସୂର୍ଯ୍ୟ ଉତ୍ତରାୟଣ ହୋଇସାରିବା ପରେ ବ୍ରହ୍ମ ମୁହୁର୍ତ୍ତ ଉପାସନାର ପୂଣ୍ୟକାଳ ଆରମ୍ଭ ହୋଇଯାଏ । ଏହାକୁ ବିଦ୍ୟାକାଳ କୁହାଯିବା ସହ ସିଦ୍ଧିକାଳ ମଧ୍ୟ କୁହାଯାଏ । ଏହି କାଳରେ ଦେବୀ ପ୍ରତିଷ୍ଠା, ଗୃହ ନିର୍ମାଣ, ଯଜ୍ଞକର୍ମ ଆଦି କଲେ ସଫଳତା ମିଳିଥାଏ ।
୬. ମକରସଂକ୍ରାନ୍ତିର କେତେକ ଳକ୍ଷଣ ରାମାୟଣ କାଳରେ ଥିବା ଦେଖିବାକୁ ମିଳେ । ସାଧାରଣତଃ ଭାରତୀୟ ସଂସ୍କୃତିରେ ମକରସଂକ୍ରାନ୍ତିଦିନ ସୂର୍ଯ୍ୟ ପୂଜା କରିବାର ବିଧି ରହିଛି । ରାମାୟଣ କାଳରେ ମଧ୍ୟ ସ୍ୱୟଂ ରାମ ପ୍ରତିଦିନ ସୂର୍ଯ୍ୟ ଦେବଙ୍କୁ ପୂଜା କରିଥିଲେ । ଏହିଦିନ ସୂର୍ଯ୍ୟଙ୍କୁ ପୂଜା କଲେ ଶରୀରରେ ଶକ୍ତି ବୃଦ୍ଧି ସହ ବ୍ୟକ୍ତି ଦୀର୍ଘାୟୁ ହୁଏ ଏବଂ ବିଭିନ୍ନ ରୋଗରୁ ମୁକ୍ତି ମିଳେ ।
୭. ମକରସଂକ୍ରାନ୍ତ୍ରି ଦିନ ଦେବୀ ଗଙ୍ଗା କପିଳ ମୁନିଙ୍କ ଆଶ୍ରମରେ ପଦାର୍ପଣ କରିଥିଲେ । ପବିତ୍ର ଗଙ୍ଗା ନଦୀର ସ୍ପର୍ଶରେ ରାଜା ଭଗିରଥୀଙ୍କ ପୂର୍ବଜଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥିଲା । ଏଥିରେ ଖୁସି ହୋଇ କପିଳ ମୁନି ତାଙ୍କ ପାପହରଣ ଏବଂ ଭକ୍ତମାନଙ୍କୁ ସମସ୍ତ ଦଷ୍କର୍ମରୁ ମୁକ୍ତି କରିବାର ବର ଦେଇଥିଲେ । ତାଙ୍କ ସ୍ପର୍ଶ ମାତ୍ରକେ, ସମସ୍ତ ପାପ କ୍ଷୟ ହୋଇଯାଏ ।
୮. ମହାଭାରତରେ ପିତାମହ ଭୀଷ୍ମ ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ସ୍ୱଇଛାରେ ନିଜର ପ୍ରାଣତ୍ୟାଗ କରିଥିଲେ । ତେଣୁ କରି ଏହି ତିଥୀରେ ତାଙ୍କର ସମସ୍ତ ଶ୍ରାଦ୍ଧ ସଂସ୍କାରମାନ ପାଳନ କରାଯାଇଥିଲା । ସେଥିପାଇଁ ଏହିଦିନ ପିତୃଗଣଙ୍କୁ ପ୍ରସନ୍ନ କରିବା ପାଇଁ ରାଶି ଅର୍ଘ୍ୟ ଏବଂ ଜଳ ତର୍ପଣ କରାଯାଏ ।
୯. ସୂର୍ଯ୍ୟଙ୍କ ସପ୍ତମ କିରଣ ଭାରତବର୍ଷରେ ଆଧ୍ୟାତ୍ମିକ ଉନ୍ନତିର ପ୍ରେରଣା ଦେଇଥାଏ । ବିଶେଷ କରି ସୂର୍ଯ୍ୟଙ୍କ ସପ୍ତମ କିରଣ ପ୍ରଭାବ ପ୍ରାୟତଃ ଗଙ୍ଗା ଜମୁନା ସଙ୍ଗମ ସ୍ଥଳରେ ଦେଖାଯାଏ । ଏହିଦିନ ଗଙ୍ଗା ଜମୁନା ସଙ୍ଗମ ସ୍ଥଳରେ ସ୍ନାନ କଲେ ଉତ୍ତମ ଫଳ ମିଳିଥାଏ । କୋଟି ଜନ୍ମର ପୁଣ୍ୟ ମିଳିଥାଏ । ଯଦି ସେଠାକୁ ଯାଇପାରୁନାହାଁନ୍ତି, ତାହାଲେ ନିକଟସ୍ଥ ନଦୀମାନଙ୍କରେ ବୁଡ଼ ପକାଇ ସୂର୍ଯ୍ୟ ନମସ୍କାର କରନ୍ତୁ । ଏହାଦ୍ୱାରା ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking