38.8 C
Bhubaneswar
Friday, April 19, 2024
Homeଓଡିଶାମକର ସଂକ୍ରାନ୍ତି ଦିନ ଏପରି କଲେ ଧନର ଅଭାବ ରହେ ନାହିଁ

ମକର ସଂକ୍ରାନ୍ତି ଦିନ ଏପରି କଲେ ଧନର ଅଭାବ ରହେ ନାହିଁ

ଭୁବନେଶ୍ୱର : ମକର ସଂକ୍ରାନ୍ତି ଦିନ କିଛି ନିତି ନିୟମ ମାନି ଚଳନ୍ତୁ । ଏହାଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଧନର ଅଭାବ ରଖିବେ ନାହିଁ ।
୧. ଏହିଦିନ ମନକୁ ପବିତ୍ର ରଖନ୍ତୁ । ଖୁସି ମନରେ ରହନ୍ତୁ । କଳହ ମନବୃତ୍ତି ରଖନ୍ତୁ ନାହିଁ । କଠୋର ଭାଷାରେ କଥା କୁହନ୍ତୁ ନାହିଁ । ଛୋଟ ପିଲାଙ୍କୁ ମାରନ୍ତୁ ନାହିଁ । ନଚେତ୍ ମା’ ଲକ୍ଷ୍ମୀଙ୍କ କୋପର ଶୀକାର ହେବେ ।
୨.ଏହିଦିନ ଘରକୁ ଆସିଥିବା ଅତିଥିଙ୍କୁ ଦେବ ସମାନ ଭାବି ଉତ୍ତମ ସେବା ଯୋଗାଇ ଦେବେ । ମଧୁର ବଚନ କହି ତାଙ୍କ ମନ ଖୁସି କରନ୍ତୁ । କାରଣ ଅତିଥି ସେବା ହିଁ ଭଗବାନଙ୍କ ସେବା । ଏଣୁ ଅତିଥି ସେବାରେ ଭଗବାନ ସନ୍ତୁଷ୍ଟ ହୋଇ କୃପା ଢାଳନ୍ତି । ବିଶେଷ କରି ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ବର୍ଷା ହେବ ।
୩. ସଂକ୍ରାନ୍ତି ଦିନ କ୍ଷେତରୁ ଫସଲ କାଟନ୍ତୁ ନାହିଁ କି ଓପାଡନ୍ତୁ ନାହିଁ । ଏହାସହ ଅନ୍ୟ ବୃକ୍ଷଗୁଡ଼ିକୁ ମଧ୍ୟ ଏହିଦିନ କାଟନ୍ତୁ ନାହିଁ । ନଚେତ ମା’ ଲକ୍ଷ୍ମୀଙ୍କର କୋପର ଶିକାର ହେବେ । ଏହିଦିନ ଗଛ ଓ କ୍ଷେତକୁ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କର କୃପା ମିଳିଥାଏ ।
୪. ଏହିଦିନ ରାତିରେ ଗାଈ ଓ ମଇଁଷିଙ୍କଠାରୁ କ୍ଷୀର ଦୁହଁନ୍ତୁ ନାହିଁ । କାରଣ ଗାଈ ଓ ମଇଁଷିଙ୍କଠାରେ ଭଗବାନ ବାସ କରୁଥିବାରୁ ଗୁରୁବାରେ ଓ ସଂକ୍ରାନ୍ତରେ ଗାଈ ଓ ମଇଁଷିଙ୍କୁ ଦୁହିଁବାକୁ ବାରଣ କରାଯାଏ ।
୫. ସ୍ୱାମୀଙ୍କୁ ସମ୍ମାନ ଦିଅନ୍ତୁ । ତାଙ୍କ ସହ ରାଗିକି କଠୋର କଥାବାର୍ତ୍ତା କରନ୍ତୁ ନାହିଁ । ଏହିଦିନ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ, ମା’ ସନ୍ତୁଷ୍ଟ ହେବେ ।
୬.ଏହିଦିନ ମୈଥୁନ କରନ୍ତୁ ନାହିଁ । ଗୁରୁବାର, ସଂକ୍ରାନ୍ତିରେ ମୈଥୁନ କଲେ ମା’ ଲକ୍ଷ୍ମୀ କୋପ କରନ୍ତି ।
୭.ନିଜର ସାମର୍ଥ ଅନୁଯାୟୀ ଗରିବ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ । ଭୋକିଲାକୁ ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ମା’ଙ୍କ କୃପାରୁ ଧନର ଅଭାବ ରହିବ ନାହିଁ । ଏହିସବୁ ନୀତିନିୟମଗୁଡ଼ିକ ମାନି ଚଳନ୍ତୁ । ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking