35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶକେରଳରେ ବଡ଼ ଧରଣର ବସ୍ ଦୁର୍ଘଟଣା; ଚାଲିଗଲା ୯ ଜଣଙ୍କ ଜୀବନ

କେରଳରେ ବଡ଼ ଧରଣର ବସ୍ ଦୁର୍ଘଟଣା; ଚାଲିଗଲା ୯ ଜଣଙ୍କ ଜୀବନ

କେରଳ : କେରଳର ପଲକ୍କଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣ ଲୋକଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପଲକ୍କଡ଼ ଜିଲ୍ଲାର ଓ୍ଵଡକ୍କନଚେରି ଅଞ୍ଚଳରେ ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ମୁତାବକ, କେରଳ ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍କୁ ଏକ ଟୁରିଷ୍ଟ୍ ବସ୍ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବସଟି ପାଖରେ ଥିବା କାଦୁଅରେ ଗଳି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୮ ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଟୁରିଷ୍ଟ ବସ୍ ଏକ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ନେଇ ଏର୍ନାକୁଲମ୍ରୁ ଉଟି ଅଭିମୁଖେ ଯାଉଥିଲା। ସେହି ସମୟରେ କେଏସଆରଟିସି ର ବସ୍ କୋୟମ୍ବଟୁର ଆଡ଼କୁ ଆସୁଥିଲା। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନଙ୍କ ମଧ୍ୟରେ ୫ ଛାତ୍ର, ଜଣେ ଶିକ୍ଷକ ଏବଂ ୩ ଜଣ ଯାତ୍ରୀ ସାମିଲ ଅଛନ୍ତି। ସେପଟେ ଦୁର୍ଘଟଣାରେ ଆହତ ମୋଟ ୩୮ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking