ରାଉରକେଲା: ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ରାଉରକେଲା ସିଭିଲ ଟାଉନସିପ ଅଂଚଳର ବୋଲି ଜଣାପଡିଛି । ଝାଡଖଣ୍ଡର ଖୁଣ୍ଟି ଥାନା ତୋରପା ନିକଟରେ ଗଛକୁ କାର ପିଟିଥିବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବାପା ମାଙ୍କ ସମେତ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ରହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ରାଂଚି ମେଡିକାଲରେ ଭର୍ତ୍ତି କରାଇଥିବା ସୂଚନା ମିଳିଛି । ଖବର ଅନୁସାରେ, କୋଲକାତାରୁ ରାଉରକେଲା ଫେରିବା ବେଳେ ଦୁର୍ଘଟଣା ହୋଇଛି ।