27.1 C
Bhubaneswar
Friday, March 29, 2024
Homeଓଡିଶାକମିଶନରେଟ୍‍ ପୁଲିସରେ ବଡ ଧରଣର ଅଦଳବଦଳ

କମିଶନରେଟ୍‍ ପୁଲିସରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର : କଟକ- ଭୁବନେଶ୍ୱର କମିଶନରେଟ୍‍ ପୁଲିସରେ ବଡ ଧରଣର ଅଦଳବଦଳ କରାଯାଇଛି । ୭ ଏସିିପି, ୨୧ ଇନ୍ସପେକ୍ଟର ଏବଂ ୩ ଏସଆଇଙ୍କୁ ଅଦଳବଦଳ କରାଯାଇଛି । କଟକ ଜୋନ-୧ ଏସିପି ଶୁଭରଞ୍ଜନ ମୁଦୁଲିଙ୍କୁ ଜୋନ୍‍-୪ ଭୁବନେଶ୍ୱରକୁ ଏସିପି ଭାବେ ବଦଳି କରାଯାଇଥିବାବେଳେ ଭୁବନେଶ୍ୱର ଜୋନ-୪ ଏସିିପି ପରେଶ ଚନ୍ଦ୍ର ରାଉତଙ୍କୁ ସିିପି ହେଡକ୍ୱାର୍ଟର୍ସକୁ ବଦଳି କରାଯାଇଛି । ସେହିଭଳି ଖାରବେଳନଗର ଥାନାରେ କାର୍ଯ୍ୟରତ ଅରୁଣ କୁମାର ସ୍ୱାଇଁଙ୍କୁ କଟକ ଜୋନ୍‍-୧ ଏସିପି ଭାବେ ବଦଳି କରାଯାଇଛି ।

ମଙ୍ଗଳାବାଗ ଆଇଆଇସି ଅମିତାଭ ମହାପାତ୍ର ଏସିିପି ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି । କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତିଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ବ୍ରାଞ୍ଚକୁ ଏସିପି ଭାବେ ବଦଳି କରାଯାଇଛି । ନନ୍ଦନକାନନ ଥାନାରେ କାର୍ଯ୍ୟରତ ବିଶ୍ୱରଞ୍ଜନ ସେନାପତିଙ୍କୁ କ୍ରାଇମ୍‍ବ୍ରାଞ୍ଚ ୟୁନିଟ୍‍ ହେଡକ୍ୱାର୍ଟର୍ସକୁ ବଦଳି କରାଯାଇଛି । ସେହିଭଳି ପ୍ରଦୀପ କୁମାର ରାଉତଙ୍କୁ ଚନ୍ଦ୍ରଶେଖରପୁର ଥାନାରୁ ଆଇୟୁସିଏଡବ୍ଳ୍ୟୁ ଭୁବନେଶ୍ୱରକୁ ଓପିଡିକୁ ବଦଳି କରାଯାଇଛି । ଖଣ୍ଡଗିରି ଥାନାରେ କାର୍ଯ୍ୟରତ ପଦ୍ମନାଭ ପ୍ରଧାନଙ୍କୁ କ୍ୟାପିଟାଲ ଥାନାକୁ ବଦଳି କରାଯାଇଛି । ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକଙ୍କୁ ଖଣ୍ଡଗିରି, ମାଲଗୋଦାମ ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକଙ୍କୁ ବଡଗଡ ଥାନାକୁ ବଦଳି କରାଯାଇଛି । ବଡଗଡ ଥାନାରେ କାର୍ଯ୍ୟରତ ବିଶ୍ୱରଞ୍ଜନ ନାୟକଙ୍କୁ ନନ୍ଦନାକାନନ ଥାନାକୁ ବଦଳି କରାଯାଇଛି ।

ଭୁବନେଶ୍ୱର ହେଡକ୍ୱାର୍ଟର୍ସରେ ଥିବା ସୌମ୍ୟକାନ୍ତ ବଳିୟାରସିଂହଙ୍କୁ ଜଟଣି ଥାନାକୁ ବଦଳି କରାଯାଇଛି । ପ୍ରକାଶ ଚନ୍ଦ୍ର ମାଝୀ ଭୁବନେଶ୍ୱର ହେଡକ୍ୱାର୍ଟର୍ସରୁ ଚନ୍ଦ୍ରଶେଖରୁର ଥାନାକୁ ବଦଳି କରାଯାଇଛି । ଭୁବନେଶ୍ୱର ହେଡକ୍ୱାଟର୍ସରେ କାର୍ଯ୍ୟରତ ରଜନିକାନ୍ତ ମିଶ୍ରଙ୍କୁ ଖାରବେଳନଗର ଥାନାକୁ ବଦଳି କରାଯାଇଛି । ସହିଦନଗରରେ ଥାନାରେ ଥିବା ବିଜୟ କୁମାର ବାରିକଙ୍କୁ ଇନଫୋଭ୍ୟାଲି ଥାନା, ସୁଚିତା ପରିଡାଙ୍କୁ ନୂଆପଲ୍ଳୀରୁ ପାହାଳ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । କଟକ ସିଡିଏରେ କାର୍ଯ୍ୟରତ ସନ୍ଧ୍ୟାରାଣୀ ସିଂଙ୍କୁ ଡିସିିପି ଭୁବନେଶ୍ୱରକୁ ବଦଳି କରାଯାଇଛି । ଦୁର୍ଗେଶ୍ୱରୀ ପ୍ରଧାନଙ୍କୁ କମିଶନରେଟ୍‍ ପୁଲିସ ହେଡକ୍ୱାଟର୍ସରୁ ଆଇଆଇସି ମଙ୍ଗଳାବାଗ, ଗିରିଶ ଚନ୍ଦ୍ର ମହାରଣାଙ୍କୁ ବେଣ୍ଟିକର ଥାନା, ଅନିତା ସାହୁଙ୍କୁ ସିଡିଏ ଫେଜ-୨କୁ ବଦଳି କରାଯାଇଛି । ବାଦାମବାଡି ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କୁ ସଦର ଥାନା, ରାଧାକାନ୍ତ ଦାସଙ୍କୁ ମାଲଗୋଦାମ, ସୁଧାଂଶୁ ଶେଖର ହିଙ୍କୁ ବାଦାମବାଡି, ଗେ।।ଳ ଜେନାଙ୍କୁ କ୍ରାଇମବ୍ରାଞ୍ଚ ୟୁନିଟ୍‍, ବିକାଶ ନନ୍ଦ ଜେନାଙ୍କୁ ଡିଆଇବି, ଷ୍ଟାଲିନ ବିଶ୍ୱାଳଙ୍କୁ ପାହାଳରୁ ନୂଆପଲ୍ଳୀ ଥାନା, ପୁଷ୍ପାଞ୍ଜଳି ନାୟକଙ୍କୁ ମହିଳା ଥାନାକୁ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking