37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଧର୍ମ ନଦେଖି ସାଥି ବାଛିବା ଅଧିକାର ସାବାଳକଙ୍କ ଅଛି: ହାଇକୋର୍ଟ

ଧର୍ମ ନଦେଖି ସାଥି ବାଛିବା ଅଧିକାର ସାବାଳକଙ୍କ ଅଛି: ହାଇକୋର୍ଟ

ନୂଆଦିଲ୍ଲୀ : ଦୁଇ ଜଣ ସାବାଳକ ନିଜ ପସନ୍ଦ ଅନୁସାରେ ଜୀବନସାଥୀ ବାଛିପାରିବେ । ଏଥିରେ ସେମାନଙ୍କ ଧର୍ମ ଅଲଗା ହେଉ ନା କାହିଁକି । ସେମାନଙ୍କ ପାଖରେ ନିଜ ନିଜର ଜୀବନ ସାଥୀ ବାଛିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ଗୁରୁବାର ଆହ୍ଲାବାଦ୍ ହାଇକୋର୍ଟ ଏପରି କିଛି ମତ ଦେଇଛନ୍ତି । ଜଷ୍ଟିସ୍ ମନୋଜ କୁମାର ଗୁପ୍ତା ଓ ଜଷ୍ଟିସ୍ ଦୀପକ ବର୍ମାଙ୍କ ପୀଠ ମୁସଲିମ୍ ମହିଳା ଶିଫା ହସନ୍ ଓ ତାଙ୍କର ହିନ୍ଦୁ ସାଥୀ ମିଶି ଦାୟର୍ କରିଥିବା ଆବେଦନର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି । ଏହି ଆବେଦନରେ କୁହାଯାଇଛି ଯେ, ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ଓ ନିଜ ଇଚ୍ଛାରେ ଏକାଠି ରୁହନ୍ତି । ତେଣୁ ଅଦାଲତ ଶିଫା ହସନ ଓ ତାଙ୍କ ସାଥୀଙ୍କୁ ସୁରକ୍ଷା ଦେବାକୁ ଯାଇ ଏପରି ରାୟ ଶୁଣାଇଛନ୍ତି । ଅଦାଲତ କହିଛନ୍ତି ଯେ, ସେମାନଙ୍କ ସମ୍ବନ୍ଧକୁ ନେଇ ତାଙ୍କ ବାପା ମାଆ ଆପତ୍ତି କରିପାରିବେ ନାହିଁ । ଏହି କଥାକୁ ନେଇ କୌଣସି ବିବାଦ ନାହିଁ । ଦୁଇ ଜଣ ସାବାଳକ ନିଜ ପାଇଁ ପସନ୍ଦର ଜୀବନ ସାଥୀ ବାଛିପାରିବେ । ଏ ଦିଗରେ ସେମାନଙ୍କ ପାଖରେ ଅଧିକାର ରହିଛି । ସେମାନଙ୍କ ଧର୍ମ ଭିନ୍ନ ହେଉ ନା କାହିଁକି ନିଜ ପାଇଁ ଜୀବନ ସାଥୀ ବାଛିବାର ପୂର୍ଣ୍ଣ ଅଧିକାର ସେମାନଙ୍କ ପାଖରେ ରହିଛି । ତେବେ ଏହି ଆବେଦନରେ ମୁସଲିମ୍ ମହିଳା ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଆପଣାଇବାକୁ ନେଇ ବି ଅପିଲ୍ କରିଛନ୍ତି । ଯୁବକଙ୍କ ବାପା ସେମାନଙ୍କ ବିବାହକୁ ନେଇ ରାଜି ନଥିଲେ । ହେଲେ ତାଙ୍କ ମାଆ ରାଜି ଥିଲେ । କିନ୍ତୁ ହସନଙ୍କ ମାଆ ଏଥିରେ ଅରାଜି ଥିଲେ । ତେଣୁ ଏହି ଦମ୍ପତି ନିଜ ଜୀବନ ପ୍ରତି ବିପଦ ଥିବା ଆବେଦନରେ ଦର୍ଶାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking