40.1 C
Bhubaneswar
Thursday, April 25, 2024
Homeଓଡିଶାକେବଳ ସକାଳେ ମେଣ୍ଟେନାନ୍ସ କାମ ହେବ –ଟାଟା ପାୱାର

କେବଳ ସକାଳେ ମେଣ୍ଟେନାନ୍ସ କାମ ହେବ –ଟାଟା ପାୱାର

ଭୁବନେଶ୍ୱର : କୋଭିଡ ଓ ବାତ୍ୟା ପାଇଁ ଗତ ବର୍ଷ ମେଣ୍ଟେନାନ୍ସ କାମ ହୋଇପାରିନି ।ଦୀର୍ଘ ବର୍ଷ ହେବ ସିଷ୍ଟମ ରେ ମେଣ୍ଟେନାନ୍ସ ହୋଇନି । ସବୁ କରିବାକୁ ପଡୁଛି । ଆଗକୁ ବହୁତ ଭଲ ବିଦ୍ୟୁତ୍ ଯୋଗାଣ ପାଇଁ ମେଣ୍ଟେନାନ୍ସ କାମ କରୁଛୁ । ଆଉ ବିଜୁଳି କାଟ ସମସ୍ୟା ହେବନି । କେବଳ ସକାଳେ ମେଣ୍ଟେନାନ୍ସ କାମ ହେବ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି । ଅଧିକ ବିଲ ଅଭିଯୋଗ ସତ ନୁହେଁ । ଗୋଟିଏ ବି ଅଧିକ ପଇସା ନେଉନୁ । ସେପଟେ ବାରମ୍ବାର ବିଦ୍ୟୁତକାଟ ଓ ଅଧିକ ବିଲ୍ ଆସିବା ନେଇ ଷ୍ଟାଣ୍ଡିଂ କମିଟିର ଉଦବେଗ । ବିଭିନ୍ନ ବିତରଣ ସଂସ୍ଥା ସହ ଷ୍ଟାଣ୍ଡିଂ କମିଟିର ଆଲୋଚନା ନେଇ ଶକ୍ତି ସଚିବ ଙ୍କ ସୂଚନା । ରାତିରେ ବିଦ୍ୟୁତ କାଟ ନକରିବା ଓ ପାୱାର ଆଉଟେଜ ମିନିମାଇଜ ପାଇଁ କୁହାଯାଇଛି । ରାଜ୍ୟରେ ବର୍ତ୍ତମାନ ହେଉଥିବା ବିଦ୍ୟୁତକାଟ ଉପରେ ଆଲୋଚନା ହୋଇଛି । ଆମେ ବିଜୁଳି କୁ ନେଇ କୈାଣସି ରେଗୁଲେସନ କରିନାହୁଁ । ମେଣ୍ଟେନାନ୍ସ ଓ କ୍ୟାପିଟାଲ ୱାର୍କ ପାଇଁ ସଂସ୍ଥାମାନେ ବିଦ୍ୟୁତ୍ କାଟ୍ କରୁଛନ୍ତି । ଓପିଜିସିର ୟୁନିଟ-୪ ଆସିବା ପରେ ମେ ୧ ରୁ ରାଜ୍ୟରେ ଶକ୍ତି ସମସ୍ୟା ନାହିଁ । ଖରାଦିନ ଓ ପିଲାଙ୍କ ପରୀକ୍ଷା ପାଇଁ ବିଦ୍ୟୁତ୍ କାଟ୍ ନ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking